ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଦେଲା ବାପା

ମାହାଙ୍ଗା : ପାରିବାରିକ କଳହର କରୁଣ ପରିଣତି I ୧୦୦ ଟଙ୍କା ପାଇଁ ବାପା ସାଜିଲା କଂସେଇ I ଶୋଇଥିବା ଅବସ୍ଥାରେ ପୁଅକୁ କଟୁରିରେ ହାଣିଦେଇଥିବା ଅଭିଯୋଗ ହୋଇଛି I ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତ ବାପା ହେଲେ ମାନସ ବେହେରା I ଘଟଣାର ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା […]

Samaya Live Picture
Published On

ମାହାଙ୍ଗା : ପାରିବାରିକ କଳହର କରୁଣ ପରିଣତି I ୧୦୦ ଟଙ୍କା ପାଇଁ ବାପା ସାଜିଲା କଂସେଇ I ଶୋଇଥିବା ଅବସ୍ଥାରେ ପୁଅକୁ କଟୁରିରେ ହାଣିଦେଇଥିବା ଅଭିଯୋଗ ହୋଇଛି I ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତ ବାପା ହେଲେ ମାନସ ବେହେରା I ଘଟଣାର ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଗୁରୁତର ଅବସ୍ଥାରେ ପୁଅକୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଛି I

ସୂଚନା ମୁତାବକ, କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ ବାପା ଓ ପୁଅ ମଧ୍ୟରେ ମାତ୍ର ଶହେ ଟଙ୍କାକୁ ନେଇ ବଚସା ଆରମ୍ଭ ହୋଇଥିଲା। ଏପରିକି ଘରୁ ନ ପଳାଇଲେ ପରିଣାମ ଭୟଙ୍କର ହେବ ବୋଲି ପୁଅ ବାପାଙ୍କୁ ଧମକ ଦେଇଥିଲା। ଏହି ବଚସା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା। ଏହି ଘଟଣାରେ ବାପା ମାନସ ବେହେରା ଉତ୍ୟକ୍ତ ହୋଇ ପୁଅ ଶୋଇଥିବାବେଳେ କଟୁରିରେ ହାଣି ଦେଇଥିଲା । ଏହି ଘଟଣା ପରେ ପୁଅର ଚିତ୍କାର ଶୁଣି ଗ୍ରାମବାସୀ ଜମାହୋଇଯାଇଥିଲେ I ମାନସ ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ତାକୁ ବାନ୍ଧି ପକାଇ ପୋଲିସକୁ ଖବର ଦେଇଥିଲେ I ପୋଲିସ ପହଞ୍ଚି ମାନସକୁ ହେପାଜତକୁ ନେବା ସହ ଗୁରୁତର ହୋଇ ପଡିଥିବା ପୁଅକୁ ପ୍ରଥମେ ମାହାଙ୍ଗା ମେଡିକାଲ ଓ ପରେ କଟକ ବଡ଼ ମେଡକାଲକୁ ସ୍ଥାନାନ୍ତର କରିଛି I

Tags: