ମାଓ ନେତ୍ରୀ ସୁଜାତାର ଆତ୍ମସମର୍ପଣ

ତେଲେଙ୍ଗାନା : ମାଓ ସଙ୍ଗଠନକୁ ଶକ୍ତ ଧକ୍କା। ଆତ୍ମସମର୍ପଣ କଲେ ମାଓନେତ୍ରୀ ସୁଜାତା । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୁଜାତା ମାଓ ସଂଗଠନ ସେଣ୍ଟ୍ରାଲ କମିଟି ସଦସ୍ୟ ଥିଲେ । ତାଙ୍କ ଉପରେ ଏକ କୋଟି ଟଙ୍କାର ପୁରସ୍କାର ଥିଲା । ନିହତ ନକ୍ସଲ କମାଣ୍ଡର କିଶନ ଜୀର ପତ୍ନୀ ଥିଲେ ସୁଜାତା । ଛତିଶଗଡ଼ ସମେତ ତେଲେଙ୍ଗାନା ଅଞ୍ଚଳରେ ଶତାଧିକ ଅପରାଧରେ ସାମିଲ ଥିଲେ ସୁଜାତା । ସୁଜାତା ଦକ୍ଷିଣ ବସ୍ତର […]

ମାଓ ନେତ୍ରୀ ସୁଜାତାର ଆତ୍ମସମର୍ପଣ
Samaya Live Picture
Published On

ତେଲେଙ୍ଗାନା : ମାଓ ସଙ୍ଗଠନକୁ ଶକ୍ତ ଧକ୍କା। ଆତ୍ମସମର୍ପଣ କଲେ ମାଓନେତ୍ରୀ ସୁଜାତା । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୁଜାତା ମାଓ ସଂଗଠନ ସେଣ୍ଟ୍ରାଲ କମିଟି ସଦସ୍ୟ ଥିଲେ । ତାଙ୍କ ଉପରେ ଏକ କୋଟି ଟଙ୍କାର ପୁରସ୍କାର ଥିଲା । ନିହତ ନକ୍ସଲ କମାଣ୍ଡର କିଶନ ଜୀର ପତ୍ନୀ ଥିଲେ ସୁଜାତା । ଛତିଶଗଡ଼ ସମେତ ତେଲେଙ୍ଗାନା ଅଞ୍ଚଳରେ ଶତାଧିକ ଅପରାଧରେ ସାମିଲ ଥିଲେ ସୁଜାତା ।

ସୁଜାତା ଦକ୍ଷିଣ ବସ୍ତର ଉପ-ଜୋନାଲ ପ୍ରଭାରୀର ସଦସ୍ୟ ଏବଂ ପ୍ରଭାରୀ ଏବଂ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି (DKSZC)ର “ଜନନାଥନ ସରକାର” ମୁଖ୍ୟ । ସେ ଛତିଶଗଡ଼ର ସୁକମା ଅଞ୍ଚଳରେ ଅନେକ ବଡ଼ ବଡ଼ ଅପରାଧ ସହିତ ଜଡିତ, ଟପ ନକ୍ସଲ କମାଣ୍ଡର ହିଡମାଙ୍କୁ ବନ୍ଧୁକ ଏବଂ ଜଙ୍ଗଲ ଯୁଦ୍ଧ କୌଶଳ ତାଲିମ ଦେଇଥିଲେ ସୁଜାତା । କେରେଗୁଟ୍ଟ। ପାହାଡ଼ ଉପରେ ସୁରକ୍ଷା ବାହିନୀର ବାରମ୍ବାର କୁମ୍ବିଂ ଅପରେସନ ବସ୍ତରରେ ମାଓ ନେଟୱାର୍କକୁ ଦୁର୍ବଳ କରିଛି ଏବଂ ଏହାକୁ ନେଇ ମାଓନେତା ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ସେହି ଅଞ୍ଚଳରେ ବାରମ୍ଵାର DRG, STF, ବସ୍ତର ଫାଇଟର୍ସ ଏବଂ CRPF ଙ୍କ ମିଳିତ ଅପରେସନ ଫଳରେ ମାଓବାଦୀ ମାନେ ଅସ୍ତ୍ରଶସ୍ତ୍ର ଗଛିତ କରି ରଖିପାରୁନାହାନ୍ତି । ତେଣୁ ଅନେକ ମାଓ ନେତା ମାନେ ବର୍ତ୍ତମାନ ପୋଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତ ଆଡ଼କୁ ମୁହାଉଁଛନ୍ତି ।

Tags: