ମାଓବାଦୀଙ୍କ ତାଣ୍ଡବଲୀଳା ,ଜାଳିଦେଲେ ୧୪ଟି ଗାଡି
ମାଲକାନଗିରି : ପୁଣି ମାତିଲେ ମାଓବାଦୀ । ଏକ କକନ୍ଷ୍ଟ୍ରୋକସନ କମ୍ପାନୀର ୧୪ଟି ଗାଡ଼ି ଜାଳିଦେଇଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ଭାଁସି ନିକଟରେ ରେଲୱେ ଲାଇନ୍ ଦୋହରକରଣ ପାଇଁ ନିୟୋଜିତ ଥିବା ଗାଡ଼ିକୁ ଜାଳି ଦେଇଛନ୍ତି । ଏହି ଗାଡି ଗୁଡିକ ମଧ୍ୟରେ ୪ଟି ଭାରି ଯାନ,୪ଟି ପିକଅପ ସହିତ ଗୋଟିଏ ଜେସିବି,ଦୁଇଟି ପାଣି ଟ୍ୟାଙ୍କର ଏବଂ ଗୋଟିଏ ସିମେଣ୍ଟ ଗୋଳେଇ ମେସିନ ଥିବା ଜଣ ପଡିଛି I ଦାନ୍ତେୱାଡା […]
ମାଲକାନଗିରି : ପୁଣି ମାତିଲେ ମାଓବାଦୀ । ଏକ କକନ୍ଷ୍ଟ୍ରୋକସନ କମ୍ପାନୀର ୧୪ଟି ଗାଡ଼ି ଜାଳିଦେଇଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ଭାଁସି ନିକଟରେ ରେଲୱେ ଲାଇନ୍ ଦୋହରକରଣ ପାଇଁ ନିୟୋଜିତ ଥିବା ଗାଡ଼ିକୁ ଜାଳି ଦେଇଛନ୍ତି । ଏହି ଗାଡି ଗୁଡିକ ମଧ୍ୟରେ ୪ଟି ଭାରି ଯାନ,୪ଟି ପିକଅପ ସହିତ ଗୋଟିଏ ଜେସିବି,ଦୁଇଟି ପାଣି ଟ୍ୟାଙ୍କର ଏବଂ ଗୋଟିଏ ସିମେଣ୍ଟ ଗୋଳେଇ ମେସିନ ଥିବା ଜଣ ପଡିଛି I
ଦାନ୍ତେୱାଡା ପୋଲିସ ସୂତ୍ରରୁ ଜଣ ପଡିଛି,ଆଜି ଦିନ ୧.୩୦ ସମୟରେ ୨୫-୩୦ ଜଣ ମାଓବାଦୀ ଭାଁସି ପୋଲିସ ଷ୍ଟେସନ ନିକଟ ବେଙ୍ଗଲୀ କ୍ୟାମ୍ପରେ ଆକ୍ରମଣ କରିଥିଲେ I ସେମାନଙ୍କ ମଧ୍ୟରେ କିଛି ନିକଟସ୍ଥ ଗ୍ରାମବାସୀ ମଧ୍ୟ ମିଶି ଯାନ ଗୁଡିକରେ ନିଆଁ ଲଗାଇ ଦେଇଥିଲେ I ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସର୍ଚ୍ଚ ଅପରେସନ ଜୋରଦାର କରିଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ଜଣା ପଡିଛି Iଏନେଇ ସୂଚନା ଦେଇଛନ୍ତି ଦନ୍ତେୱାଡା ASP ଆର କେ ବର୍ମନ ।




