ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେଲା ‘HER’

ଭୁବନେଶ୍ୱର : ମହିଳାଙ୍କୁ ଦୁର୍ବ୍ୟବହାର କଲେ ରାଜଧାନୀରୁ ହେବେ ତଡିପାର I ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ଆରମ୍ଭ କଲା ଟିମ ‘HER ‘ ବା ‘ହାଇ ଏଫିସିଏନସି ରେସପନ୍ସ’ । କୌଣସି କର୍ମଜୀବୀ ମହିଳାଙ୍କୁ ଦୁର୍ବ୍ୟବହାର ବା ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ଆକ୍ସନ ନେଉଛି ଏହି ଟିମ୍। ଏସପି ଅଞ୍ଜନା ଟୁଡୁଙ୍କ ନେତୃତ୍ୱରେ ତିଆରି ହୋଇଥିବା ଏହି ଟିମ୍ ମହିଳାଙ୍କୁ ସୁରକ୍ଷା ଦେବ । ଦୁର୍ବ୍ୟବହାର, କମେଣ୍ଟ ପାସ୍, ଖରାପ ବ୍ୟବହାର ପାଇଁ ଏହି […]

Samaya Live Picture
Published On

ଭୁବନେଶ୍ୱର : ମହିଳାଙ୍କୁ ଦୁର୍ବ୍ୟବହାର କଲେ ରାଜଧାନୀରୁ ହେବେ ତଡିପାର I ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ଆରମ୍ଭ କଲା ଟିମ ‘HER ‘ ବା ‘ହାଇ ଏଫିସିଏନସି ରେସପନ୍ସ’ । କୌଣସି କର୍ମଜୀବୀ ମହିଳାଙ୍କୁ ଦୁର୍ବ୍ୟବହାର ବା ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ଆକ୍ସନ ନେଉଛି ଏହି ଟିମ୍। ଏସପି ଅଞ୍ଜନା ଟୁଡୁଙ୍କ ନେତୃତ୍ୱରେ ତିଆରି ହୋଇଥିବା ଏହି ଟିମ୍ ମହିଳାଙ୍କୁ ସୁରକ୍ଷା ଦେବ । ଦୁର୍ବ୍ୟବହାର, କମେଣ୍ଟ ପାସ୍, ଖରାପ ବ୍ୟବହାର ପାଇଁ ଏହି ଟିମ୍ ଗଠନ କରାଯାଇଛି । କିଛିଦିନ ତଳେ ହାଇଟେକ ମେଡ଼ିକାଲ କଲେଜର ଜଣେ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣାରେ ଆକ୍ସନ ନେଇଛି ପୁଲିସ । ସେହିଭଳି ଗତକାଲି ରାମ ନବମୀ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗକାରିଣୀଙ୍କ ଅଭିଯୋଗ ପାଇବା ପରେ ସ୍ପଟରେ ପହଞ୍ଚ ଖବର ସଂଗ୍ରହ କରୁଛି । ଏବେ ସୁଦ୍ଧା ମୋଟ୍ ୬ଟି ମାମଲାର ତଦନ୍ତ କରି ଏବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଖ୍ୟତଃ ରାତିରେ କାମ ସାରି ଫେରୁଥିବା ବେଳେ ଖରାପ କମେଣ୍ଟ କରୁଥିବା ଲୋକଙ୍କ ଉପରେ ନଜର ରଖିବ ଏହି HER ଟିମ୍ ।

ମୋଟ ୧୪ ଜଣ ମହିଳା ପୁଲିସ ଅଫିସର ଏହି ଟିମର ମେମ୍ବର ରହିଛନ୍ତି। ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ନମ୍ବର ହେଉଛି ୬୩୭୨୫୦୦୪୦୦। ଯେଉଁମାନେ ଅସୁବିଧା ସମୟରେ ଏହି ନମ୍ବରକୁ କଲ କରିବେ ସେମାନଙ୍କ ନମ୍ବର ମଧ୍ୟ ଗୋପନ ରଖାଯିବ। ପୁଲିସ ମଧ୍ୟ ଅଧିକାଂଶ କେସରେ ନିଜ ତରଫରୁ କେସ ରୁଜୁ କରୁଛି। ପିସିଆର ନମ୍ବର ୧୧୨କୁ କଲ କଲେ ମଧ୍ୟ ଏହି ନମ୍ବରକୁ ଡାଇଭର୍ଟ କରାଯାଉଛି।

Tags: