ଅପହରଣ କରି ଦେଢ଼ ଲକ୍ଷରେ ବିକିଦେଲେ!

ସମ୍ବଲପୁର : ମହିଳାଙ୍କୁ ଅପହରଣ କରି ରାଜସ୍ଥାନରେ ଦେଢ଼ ଲକ୍ଷ ଟଙ୍କାରେ ବିକିଦେଲେ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଜଣେ ମହିଳା ମଧ୍ୟସ୍ତିଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗରୁ ପ୍ରକାଶ, ଡିସେମ୍ୱର ୧୯ ତାରିଖରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ଜଣେ ମହିଳା କୌଣସି କାମରେ ସମ୍ୱଲପୁର ଆସିଥିଲେ। ତାଙ୍କୁ ଅଇଁଠାପାଲି ବସ୍‌ଷ୍ଟାଣ୍ଡରୁ ସନ୍ତୋଷିନୀ ଜେନା, ରାମ ଦୟାଲ […]

Samaya Live Picture
Published On

ସମ୍ବଲପୁର : ମହିଳାଙ୍କୁ ଅପହରଣ କରି ରାଜସ୍ଥାନରେ ଦେଢ଼ ଲକ୍ଷ ଟଙ୍କାରେ ବିକିଦେଲେ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଜଣେ ମହିଳା ମଧ୍ୟସ୍ତିଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୋଗରୁ ପ୍ରକାଶ, ଡିସେମ୍ୱର ୧୯ ତାରିଖରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ଜଣେ ମହିଳା କୌଣସି କାମରେ ସମ୍ୱଲପୁର ଆସିଥିଲେ। ତାଙ୍କୁ ଅଇଁଠାପାଲି ବସ୍‌ଷ୍ଟାଣ୍ଡରୁ ସନ୍ତୋଷିନୀ ଜେନା, ରାମ ଦୟାଲ ଦିଗଲ ଓ ଦିଲ୍ଲୀପ ନାୟକ ଅପହରଣ କରିନେଇଥିଲେ! ପରେ ତାଙ୍କୁ ରାଜସ୍ଥାନରେ ପପୁଲାଲ୍‌ ଚୌଧୁରୀଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ସେଠାରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ପତ୍ନୀ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ନିଜ ପତ୍ନୀଙ୍କୁ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ ତାଙ୍କ ସ୍ୱାମୀ। ଶେଷରେ ସବୁଆଡ଼ୁ ନିରାଶ ହେବା ପରେ ଗତ ୫ ତାରିଖରେ ଅଇଁଠାପାଲି ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ରାଜସ୍ଥାନରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ରାଜସ୍ଥାନର ପପୁଲାଲ ଚୌଧୁରୀ, ସନ୍ତୋଷିନୀ ଜେନା, ରାମ ଦୟାଲ ଦିଗଲ ଓ ଦିଲ୍ଲୀପ ନାୟକଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି।

Tags: