ମହାଲକ୍ଷ୍ମୀ ହତ୍ୟା ଅଭିଯୁକ୍ତଙ୍କ ଓଡ଼ିଶାରେ ଆତ୍ମହତ୍ୟା

ଭଦ୍ରକ : ବେଙ୍ଗାଲୁରୁରେ ମହାଲକ୍ଷ୍ମୀଙ୍କୁ ନିର୍ମମ ହତ୍ୟା ମାମଲା ଏବେ ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକ୍ତିରଂଜନ ରୟ ଓଡିଶାରେ ଆତ୍ମହତ୍ୟା କରିଛନ୍ତି । ବେଙ୍ଗାଲୁରୁରେ ରହୁଥିବା ନେପାଳୀ ମହିଳା ମହାଲକ୍ଷ୍ମୀ ହତ୍ୟାକାଣ୍ଡରେ ଅଭିଯୁକ୍ତ ମୁକ୍ତିରଂଜନଙ୍କୁ ବେଙ୍ଗାଲୁରୁ ପୋଲିସ ଚିହ୍ନଟ କରିଥିଲା। ବହୁ ଦିନର ତଦନ୍ତ ପରେ ପୋଲିସ ତାଙ୍କ ଠିକଣା ଉପରେ ନଜର ରଖିଥିଲା। କିନ୍ତୁ ଏବେ ସେ ଆତ୍ମହତ୍ୟା କରିଥିବା ପୋଲିସକୁ ସୂଚନା ମିଳିଛି। ହତ୍ୟା […]

Samaya Live Picture
Published On

ଭଦ୍ରକ : ବେଙ୍ଗାଲୁରୁରେ ମହାଲକ୍ଷ୍ମୀଙ୍କୁ ନିର୍ମମ ହତ୍ୟା ମାମଲା ଏବେ ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକ୍ତିରଂଜନ ରୟ ଓଡିଶାରେ ଆତ୍ମହତ୍ୟା କରିଛନ୍ତି । ବେଙ୍ଗାଲୁରୁରେ ରହୁଥିବା ନେପାଳୀ ମହିଳା ମହାଲକ୍ଷ୍ମୀ ହତ୍ୟାକାଣ୍ଡରେ ଅଭିଯୁକ୍ତ ମୁକ୍ତିରଂଜନଙ୍କୁ ବେଙ୍ଗାଲୁରୁ ପୋଲିସ ଚିହ୍ନଟ କରିଥିଲା। ବହୁ ଦିନର ତଦନ୍ତ ପରେ ପୋଲିସ ତାଙ୍କ ଠିକଣା ଉପରେ ନଜର ରଖିଥିଲା। କିନ୍ତୁ ଏବେ ସେ ଆତ୍ମହତ୍ୟା କରିଥିବା ପୋଲିସକୁ ସୂଚନା ମିଳିଛି। ହତ୍ୟା ପରେ ଫେରାର ଥିବା ରୟଙ୍କ ମୃତଦେହ ଓଡିଶାର ଭଦ୍ରକ ଜିଲ୍ଲାର ଏକ କବରସ୍ଥାନ ନିକଟରେ ମିଳିଥିଲା। ହତ୍ୟା ପରେ ସେ ନିଜ ଗାଁକୁ ଫେରିଥିଲେ ଏବଂ ସେଠାରେ ପରିବାର ଲୋକଙ୍କୁ ଜଣାଇଥିଲେ ଯେ, ସେ ରାତିରେ ଘରୁ ପଳାଇଯିବାକୁ ଯୋଜନା କରିଛନ୍ତି। ସେ ଏକ ସ୍କୁଟର ଯୋଗେ ଘରୁ ଆସି ଗୋଟିଏ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ସ୍ଥାନରୁ ତାଙ୍କ ଲାପଟପ୍ ମିଳିଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ସରକାରୀ ଡାକ୍ତରଖାନାକୁ ପଠାଇଥିଲା। ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରାଯାଇଛି ଏବଂ ତଦନ୍ତକାରୀ ଦଳ ତାଙ୍କ ଡାଏରୀ ଏବଂ ଲାପଟପ୍ ଜବତ କରିଛନ୍ତି। ଅଭିଯୁକ୍ତଜଣଙ୍କ ବେଙ୍ଗାଲୁରୁର ହେବାଗୋଡି ଅଞ୍ଚଳରେ ରହୁଥିଲେ ଏବଂ ମଲେଶ୍ୱରମର ଏକ ଫ୍ୟାଶନ ଷ୍ଟୋର୍‌ରେ କାମ କରୁଥିଲେ। ଯେଉଁଠାରେ ସେ ମହାଲକ୍ଷ୍ମୀଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧୁର ଥିଲା । ମହାଲକ୍ଷ୍ମୀ ମୁକ୍ତି ରଞ୍ଜନଙ୍କ ଠାରୁ ଅନେକ ଅର୍ଥ ମଧ୍ୟ ନେଇଥିଲେ । କିନ୍ତୁ ମହାଲକ୍ଷ୍ମୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିବାରୁ ମୁକ୍ତି ରଞ୍ଜନଙ୍କ ସହିତ ତାଙ୍କ ସମ୍ପର୍କ ତିକ୍ତ ହୋଇଥିଲା I ଯାହାର ପରିଣାମ ସ୍ୱରୂପ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ

Tags: