ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ କଲେଜର ୨ ଅଧ୍ୟାପକ ଗିରଫ

ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମହାଲିଙ୍ଗ କଲେଜ ର ୨ ଅଧ୍ୟାପକ ଗିରଫ I ଗିରଫ ଦ୍ୱୟ ହେଲେ- କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ, ଅଧ୍ୟାପକ କୃତି ଚନ୍ଦନ। ଉଭୟଙ୍କୁ ଗିରଫ କରି କଣ୍ଟାବାଞ୍ଜି ପୋଲିସ୍‌ କୋର୍ଟ ଚାଲାଣ କରିଛି। ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ପାଇଁ ଏମାନେ ପ୍ରଲୋଭନ ଦେବା ସହିତ ଧମକ ଦେଉଥିବା ଅଭିଯୋଗରେ ଗତକାଲି ରାତିରେ ପୋଲିସ ଦୁଇ ଜଣଙ୍କୁ ଉଠାଇ ଆଣିଥିବା ସୂଚନା ମିଳିଛି। ହେଲେ ପୁଲିସ […]

Samaya Live Picture
Published On

ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମହାଲିଙ୍ଗ କଲେଜ ର ୨ ଅଧ୍ୟାପକ ଗିରଫ I ଗିରଫ ଦ୍ୱୟ ହେଲେ- କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ, ଅଧ୍ୟାପକ କୃତି ଚନ୍ଦନ। ଉଭୟଙ୍କୁ ଗିରଫ କରି କଣ୍ଟାବାଞ୍ଜି ପୋଲିସ୍‌ କୋର୍ଟ ଚାଲାଣ କରିଛି।
ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ପାଇଁ ଏମାନେ ପ୍ରଲୋଭନ ଦେବା ସହିତ ଧମକ ଦେଉଥିବା ଅଭିଯୋଗରେ ଗତକାଲି ରାତିରେ ପୋଲିସ ଦୁଇ ଜଣଙ୍କୁ ଉଠାଇ ଆଣିଥିବା ସୂଚନା ମିଳିଛି। ହେଲେ ପୁଲିସ ଦୁଇରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡିଛି । ଏ ସମ୍ପର୍କରେ ପୁଲିସ କୌଣସି ପ୍ରତିକ୍ରିୟା ରଖିନାହିଁ I ସୂଚନାନୁସାରେ ସୂଚନାଥାଉ କି, ଗତ ୨୦୨୧, ଅକ୍ଟୋବର ୮ ତାରିଖରୁ ନିଖୋଜ ଥିବା ଝରଣୀ ଗାଁର ମମିତା ମେହେରଙ୍କ ପୋଡ଼ା ଶବ ମିଳିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଗିରଫ ହୋଇ କଣ୍ଟାବାଞ୍ଜି ଜେଲରେ ଅଛନ୍ତି I

Tags: