ମଝି ସମୁଦ୍ରରେ ଚାଞ୍ଚଲ୍ୟ,ବୋଟ ଉପରକୁ ଚଢ଼ିଗଲା ସନ୍ଦିଗ୍ଧ ଯୁବକ

ପାରାଦୀପ : ସମୁଦ୍ର ମଝିରେ ହଠାତ୍ ବୋଟ ଉପରକୁ ଚଢିଗଲେ ସନ୍ଦିଗ୍ଧ ଯୁବକ। ଚିଲିକା ମୁହାଣ ନିକଟରୁ ୭୧ ମାଇଲ ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ଘଟିଛି ଏହି ଘଟଣା। ସନ୍ଦିଗ୍ଧ ଯୁବକଙ୍କୁ ନେଇ ଭୟଭୀତ ହୋଇଯାଇଛନ୍ତି ମତ୍ସ୍ୟଜୀବୀ । ଯୁବକ ଜଣକ ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ଏବେ ବି ଅସ୍ପଷ୍ଟ ରହିଛି । ବୁଧବାର ରାତିରେ ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ ବୋଟଟି ଅଟକି ଥିଲା। ଏହି […]

Samaya Live Picture
Published On

ପାରାଦୀପ : ସମୁଦ୍ର ମଝିରେ ହଠାତ୍ ବୋଟ ଉପରକୁ ଚଢିଗଲେ ସନ୍ଦିଗ୍ଧ ଯୁବକ। ଚିଲିକା ମୁହାଣ ନିକଟରୁ ୭୧ ମାଇଲ ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ଘଟିଛି ଏହି ଘଟଣା। ସନ୍ଦିଗ୍ଧ ଯୁବକଙ୍କୁ ନେଇ ଭୟଭୀତ ହୋଇଯାଇଛନ୍ତି ମତ୍ସ୍ୟଜୀବୀ । ଯୁବକ ଜଣକ ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ଏବେ ବି ଅସ୍ପଷ୍ଟ ରହିଛି ।

ବୁଧବାର ରାତିରେ ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ ବୋଟଟି ଅଟକି ଥିଲା। ଏହି ସମୟରେ ଜଣେ ଯୁବକ ଦୌଡ଼ି ସାହାଯ୍ୟରେ ବୋଟ ଉପରକୁ ଚଢି ଆସିଥିଲେ। ଯାହାକୁ ଦେଖି ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସନ୍ଦିଗ୍ଧ ଯୁବକଙ୍କ ଭାଷା ବୁଝିହେଉନଥିବାବେଳେ ତାଙ୍କ ନିକଟରୁ ଏକ ଏଟିଏମ କାର୍ଡ ମିଳିଛି । ଯୁବକ ଜଣଙ୍କୁ କାବୁ କରି ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଆଣୁଛନ୍ତି ମତ୍ସ୍ୟଜୀବୀ । ଗତକିଛିମାସ ତଳେ ସମୁଦ୍ର ମଝିରେ ଏକ ପାରା ଉଡ଼ିଉଡ଼ି ଆସି ମାଛଧରା ଡଙ୍ଗାରେ ବସିଥିଲା । ପାରାର ଗୋଡ଼ରୁ ଅନେକ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଥିଲା । ପାରାକୁ ନେଇ ତଦନ୍ତ କରାଯାଇଥିବାବେଳେ ଏବେ ଅଜଣା ଯୁବକ ଡଙ୍ଗାକୁ ଉଠି ଆସିବା ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଯୁବକଙ୍କୁ ଧରି ପାରାଦୀପ ଆଣୁଛନ୍ତି ବୋଟ୍‌ କର୍ମଚାରୀ ।

Tags: