ଭୁବନେଶ୍ୱର ମହିଳାଙ୍କ ତଣ୍ଟି କାଟି ହତ୍ୟା ଘଟଣା : ସନ୍ଦେହ ରେ ଯୁବକ ଅଟକ

ଭୁବନେଶ୍ୱର :ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ରଙ୍କ ଗଳା କାଟି ହତ୍ୟା ଘଟଣାରେ ବଡ଼ ଖୁଲାସା । ତଦନ୍ତ ସମୟରେ ଖାରବେଳନଗର ପୋଲିସ୍‌ ହାତରେ ଲାଗିଛି ବଡ଼ ସୁରାକ ଲାଗିଛି। ସନ୍ଦେହ ରେ ଜଣେ ଯୁବକ ଙ୍କୁ ପୋଲିସ ଅଟକ ରଖିଛି I ଅଟକ ଥିବା ଯୁବକ ଜଣକ ଶୁଭଶ୍ରୀ ଙ୍କ ମୃତ୍ୟୁ ଦିନ ତାଙ୍କୁ ୭ ଥର କଲ କରିଥିଲେ । ଶୁଭଶ୍ରୀ ନିଜ ଫୋନ୍ ରୁ ଯୁବକଙ୍କୁ ବାରମ୍ବାର କଲ୍ କରିଥିଲେ ଏପରିକି ମୃତ୍ୟୁ ର ଘଣ୍ଟା […]

Samaya Live Picture
Published On

ଭୁବନେଶ୍ୱର :ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ରଙ୍କ ଗଳା କାଟି ହତ୍ୟା ଘଟଣାରେ ବଡ଼ ଖୁଲାସା । ତଦନ୍ତ ସମୟରେ ଖାରବେଳନଗର ପୋଲିସ୍‌ ହାତରେ ଲାଗିଛି ବଡ଼ ସୁରାକ ଲାଗିଛି। ସନ୍ଦେହ ରେ ଜଣେ ଯୁବକ ଙ୍କୁ ପୋଲିସ ଅଟକ ରଖିଛି I ଅଟକ ଥିବା ଯୁବକ ଜଣକ ଶୁଭଶ୍ରୀ ଙ୍କ ମୃତ୍ୟୁ ଦିନ ତାଙ୍କୁ ୭ ଥର କଲ କରିଥିଲେ । ଶୁଭଶ୍ରୀ ନିଜ ଫୋନ୍ ରୁ ଯୁବକଙ୍କୁ ବାରମ୍ବାର କଲ୍ କରିଥିଲେ ଏପରିକି ମୃତ୍ୟୁ ର ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନ୍‌ ନମ୍ବରରୁ ସମ୍ପୃକ୍ତ ଯୁବକଙ୍କ ପାଖକୁ ୨୭ ସେକେଣ୍ଡ ର କଲ ଯାଇଥିଲା I ଅଧିକ ତଥ୍ୟ ହାସଲ ପାଇଁ ଶୁଭଶ୍ରୀଙ୍କ ମୋବାଇଲକୁ ରାଜ୍ୟ ଫରେନସିକ ଲାବକୁ ପଠାଯାଇଛି । କେତେ ସମୟ କଥା ହୋଇଥିଲେ ରିପୋର୍ଟ ଆସିଲେ ଜଣାପଡିବ। ଏହି ସମ୍ବେଦନଶୀଳ ଘଟଣାର ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। ଅନ୍ୟପକ୍ଷେ, ଅଟକ ଥିବା ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ଚିହ୍ନିଥିବା ମଧ୍ୟ ଜଣାପଡ଼ିଛି।

ସୂଚନାନୁସାରେ ,ଗତ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଖାରବେଳନଗର ଥାନା ଶାସ୍ତ୍ରୀ ନଗର ଅଞ୍ଚଳରେ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଥିଲା। ମୃତ ମହିଳାଙ୍କ ନାଁ ଶୁଭଶ୍ରୀ ବୋଲି ଜଣାପଡ଼ିଥିଲା। ତାଙ୍କ ବେକରେ ଦାଗ ଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ମହିଳାଙ୍କ ସ୍ୱାମୀ କମ୍ପାନୀ କାମରେ ବାହାରକୁ ଯାଇଥିଲେ ଏବଂ ନିଜର ୪ବର୍ଷର ପୁଅ ପଡୋଶୀ ଘରକୁ ଟିଉସନ ହେବାକୁ ଯାଇଥିଲା I ଏହି ଘଟଣାରେ ଖାରବେଳ ନଗର ଥାନା ପୋଲିସ ପହଂଚି ତଦନ୍ତ ଚଳାଇଥିଲା I ବର୍ତ୍ତମାନ ଖାରବେଳନଗର ପୋଲିସ ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଆପେକ୍ଷା କରିଛି ।

ସେପଟେ ଆଜି ପାଖ ପଡୋଶୀ ଓ ଘର ମାଲିକଙ୍କ ବୟାନ ରେକର୍ଡ କରିବ କରାଯିବ । ଏହାବାଦ ଶାସ୍ତ୍ରୀ ନଗରର ସମସ୍ତ ସିସିଟିଭିକୁ ଯାଞ୍ଚ କରିବ ପୋଲିସ୍। ଶୁଭଶ୍ରୀଙ୍କୁ କିଏ ହତ୍ୟା କଲା ଏବେ ବି ରହସ୍ୟ ହୋଇ ରହିଛି।

 

 

Tags: