ଭିଡିଓ କଲ୍‌ କରି ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବକ

ଭୁବନେଶ୍ୱର : ପ୍ରେମିକାଙ୍କ ସହ ଭିଡିଓ କଲରେ କଥା ହେବ ପରେ ଫ୍ୟାନ ରେ ଝୁଲି ପଡିଲେ ଯୁବକ I ଏଭଳି ଏକ ଅଭବନୀୟ ଘଟଣା ଘଟିଛି ଆଜି ସକାଳେ ରାଜଧାନୀ ଭୁବନେଶ୍ଵର ସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ । ମୃତକ ହେଲେ ପ୍ରଭୁପଦ ମହାରଣା(୨୨)। ତାଙ୍କ ଘର ଭଦ୍ରକରେ ହୋଇଥିବା ବେଳେ ସେ ଏଠାରେ ଏକ ନାମୀ ହୋଟେଲରେ ସେଫ ଭାବରେ କାର୍ଯ୍ୟ କରୁଥିଲେ I ସୂଚନାନୁସାରେ ଆଜି ସକାଳେ ପ୍ରଭୁପଦ ନିଜ ରୁମ୍‌ରୁ ପ୍ରେମିକାଙ୍କୁ ଭିଡିଓ […]

Samaya Live Picture
Published On

ଭୁବନେଶ୍ୱର : ପ୍ରେମିକାଙ୍କ ସହ ଭିଡିଓ କଲରେ କଥା ହେବ ପରେ ଫ୍ୟାନ ରେ ଝୁଲି ପଡିଲେ ଯୁବକ I ଏଭଳି ଏକ ଅଭବନୀୟ ଘଟଣା ଘଟିଛି ଆଜି ସକାଳେ ରାଜଧାନୀ ଭୁବନେଶ୍ଵର ସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ । ମୃତକ ହେଲେ ପ୍ରଭୁପଦ ମହାରଣା(୨୨)। ତାଙ୍କ ଘର ଭଦ୍ରକରେ ହୋଇଥିବା ବେଳେ ସେ ଏଠାରେ ଏକ ନାମୀ ହୋଟେଲରେ ସେଫ ଭାବରେ କାର୍ଯ୍ୟ କରୁଥିଲେ I

ସୂଚନାନୁସାରେ ଆଜି ସକାଳେ ପ୍ରଭୁପଦ ନିଜ ରୁମ୍‌ରୁ ପ୍ରେମିକାଙ୍କୁ ଭିଡିଓ କଲ୍‌ କରିଥିଲେ। ତେବେ ଏହି ସମୟରେ କୌଣସି କଥାକୁ ନେଇ ସେ ଚିନ୍ତିତ ଥିବା ଏବଂ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ। ଏହା ଶୁଣି ଯୁବତୀ ଜଣଙ୍କ ତୁରନ୍ତ ପ୍ରଭୁପଦ କାମ କରୁଥିବା ହୋଟେଲ୍‌ର ମ୍ୟାନେଜର୍‌ଙ୍କୁ ଏବାବଦରେ ଜଣାଇଥିଲେ ଏବଂ ତାଙ୍କୁ ବଞ୍ଚାଇବାକୁ ଅନୁରୋଧ କରିଥିଲେ। ତୁରନ୍ତ ହୋଟେଲ୍‌ ମ୍ୟାଜେନର୍‌ କିଛି ସହକର୍ମୀଙ୍କୁ ନେଇ ଡମଣାସ୍ଥିତ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ମାତ୍ର ପ୍ରଭୁପଦଙ୍କ ରୁମ୍‌ ଭିତରୁ ବନ୍ଦ ଥିଲା ଏବଂ ତାଙ୍କୁ ଯେତେ ଡାକିଲେ ବି ସେ ଜବାବ୍ ଦେଇନଥିଲେ। ଏହାପରେ ସେମାନେ ଝରକା ଦେଇ ଦେଖିବା ବେଳକୁ ତାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା। ସେମାନେ ପୁଲିସକୁ ଜଣାଇବା ସହ ପ୍ରଭୁପଦଙ୍କ ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ। କିଛି ସମୟ ପରେ ପୁଲିସ ସେଠାରେ ପହଞ୍ଚିଥିଲା ଏବଂ ପରିବାର ଲୋକେ ପହଞ୍ଚିବା ପରେ କବାଟ ଭଙ୍ଗାଯାଇଥିଲା। ପରିବାର ଲୋକେ ପ୍ରଭୁପଦଙ୍କ ପ୍ରେମ ବାବଦରେ ଜାଣିଥିଲେ ବି କ’ଣ ପାଇଁ ସେ ଆତ୍ମହତ୍ୟା କଲେ, ଜାଣିନାହାନ୍ତି ବୋଲି ପୁଲିସକୁ କହିଛନ୍ତି। ତେଣୁ ପ୍ରେମ ପ୍ରତାରଣାର ଶିକାର ହୋଇ ପ୍ରଭୁପଦ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏନେଇ ପରିବାର ପକ୍ଷରୁ ମଧ୍ୟ ଉପଯୁକ୍ତ ତଦନ୍ତ ପାଇଁ ପୁଲିସକୁ ଅନୁରୋଧ କରାଯାଇଛି। ପୁଲିସ ପ୍ରଭୁପଦଙ୍କ ମୋବାଇଲ୍‌ ଜବତ କରି ତଦନ୍ତ ଚଳାଇଛି।

Tags: