ଭିଜିଲାନ୍ସ ହାତରେ ମହିଳା ଡିପିସି

ବଲାଙ୍ଗୀର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ଯୋଜନା ସଂଯୋଜକ (ଜେଣ୍ଡର କୋଅର୍ଡିନେଟର) I ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି I ପୁଷ୍ପାଙ୍ଗିନୀ ସୋଲବନ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ମିତ୍ରଭାନୁ ମାଝିଙ୍କର ବିନିଯୋଗ ପ୍ରମାଣପତ୍ର ଓ ଏନଓସି କରାଇ ଦେବାପାଇଁ ୩୧ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ସମ୍ପର୍କରେ ମିତ୍ରଭାନୁ ଭିଜିଲାନ୍ସକୁ […]

Samaya Live Picture
Published On

ବଲାଙ୍ଗୀର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ଯୋଜନା ସଂଯୋଜକ (ଜେଣ୍ଡର କୋଅର୍ଡିନେଟର) I ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି I

ପୁଷ୍ପାଙ୍ଗିନୀ ସୋଲବନ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ମିତ୍ରଭାନୁ ମାଝିଙ୍କର ବିନିଯୋଗ ପ୍ରମାଣପତ୍ର ଓ ଏନଓସି କରାଇ ଦେବାପାଇଁ ୩୧ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ସମ୍ପର୍କରେ ମିତ୍ରଭାନୁ ଭିଜିଲାନ୍ସକୁ ଅବଗତ କରାଇଥିଲେ ଥିଲେ I ଆଜି ପୂର୍ବ ଯୋଜନା ମୁତାବକ ମିତ୍ରଭାନୁ ଅଫିସ ଆସିଥିଲେ I ପୁଷ୍ପାଙ୍ଗିନୀ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିଥିଲେ I ଏହାପରେ ତାଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରିବା ସହ ପୁଷ୍ପାଙ୍ଗିନୀଙ୍କୁ ଗିରଫ କରିଛିି ଭିଜିଲାନ୍ସ । ଏହା ପରେ ଭିଜିଲାନ୍ସ ପକ୍ଷରୁ ପୁଷ୍ପାଞ୍ଜଳୀଙ୍କ ଘର ସହ ଅନ୍ୟ ତିନିଟି ସ୍ଥାନରେ ଚଢାଉ ଜାରି ରଖିଛି ।

Tags: