ଭିଜିଲାନ୍ସ ହାତରେ ପିଇଓ

ଭବାନୀପାଟଣା : ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ I ଗାଁ ସାଥୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଜିଲ୍ଲା ଥୁ.ରାମପୁର ବ୍ଲକ କଣୀଗୁମ୍ମା ପଂଚାୟତ ପିଇଓ ସନ୍ୟାସୀ ନାୟକ ଧରାପଡ଼ିଛନ୍ତି I ସନ୍ୟାସୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଟକ ରଖିଛି ଭିଜିଲାନ୍ସ । ଏକ ବିଲ ପାସ କରିଦେବାକୁ ନେଇ ସନ୍ୟାସୀ ଗାଁ ସ୍ଥାଇଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ I ଏନେଇ ଭିଜିଲାନ୍ସ ନିକଟରେ […]

Samaya Live Picture
Published On

ଭବାନୀପାଟଣା : ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ I ଗାଁ ସାଥୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଜିଲ୍ଲା ଥୁ.ରାମପୁର ବ୍ଲକ କଣୀଗୁମ୍ମା ପଂଚାୟତ ପିଇଓ ସନ୍ୟାସୀ ନାୟକ ଧରାପଡ଼ିଛନ୍ତି I ସନ୍ୟାସୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଟକ ରଖିଛି ଭିଜିଲାନ୍ସ ।

ଏକ ବିଲ ପାସ କରିଦେବାକୁ ନେଇ ସନ୍ୟାସୀ ଗାଁ ସ୍ଥାଇଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ I ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା I ଆଜି ଭବାନିପାଟଣା ସହର ରାମସାଗର ପଡ଼ା ନିକଟରେ ଟଙ୍କା ନେଲାବେଳେ ସନ୍ୟାସୀଙ୍କୁ ଭିଜିଲାନ୍ସ ଧରିଥିଲା। ତଦନ୍ତ ବେଳେ ସମ୍ପୃକ୍ତ ପିଇଓଙ୍କର ସ୍ଥାନୀୟ ଜଳେଶ୍ଵର ମନ୍ଦିର ରାସ୍ତାରେ ଏବଂ ଲାଞ୍ଜିଗଡରେ ଘରଥିବା ଜଣାପଡିଛି। ଲାଞ୍ଚ ତଥା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରେ ତଦନ୍ତ କରୁଛି ଭିଜିଲାନ୍ସ। ଜୟପୁର ଭିଜିଲାନ୍ସ ଏସପି ପ୍ରଦୀପ କୁମାର ଦ୍ୱିବେଦୀ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇଚଙ୍କ ନେତୃତ୍ୱରେ ଦୁଇଟି ସ୍ଥାନରେ ଟିମ୍ ଚଢାଉ ଜାରି ରଖିଛନ୍ତି।

Tags: