ଭିଜିଲାନ୍ସ ଜାଲରେ TDCCOLର ପୂର୍ବତନ ଜିଏମ୍
କଟକ : ଭିଜିଲାନ୍ସ ଜାଲରେ ଟ୍ରାଇବାଲ ଡେଭଲପମେଣ୍ଟ କର୍ପୋରେସନ କର୍ମଚାରୀ। ଗଜପତି ଜିଲ୍ଲା ଆର.ଉଦୟଗିରିର TDCCOLର ପୂର୍ବତନ ଜିଏମ୍ ରୋହିତ ପରିଡ଼ାଙ୍କ ଠାରୁ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ସେ ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଯାତ୍ରା କରୁଥିବା ବସକୁ ଚନ୍ଦ୍ରଗିରିରେ ଅଟକାଇଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ଟଙ୍କା ୫.୫୪ ଲକ୍ଷ ଟଙ୍କା ମିଳିଥିଲା। ଏତେ ପରିମାଣର ଟଙ୍କା ସେ କେଉଁଠୁ ଆଣିଲେ ସେ ସମ୍ପର୍କରେ ସନ୍ତୋଷଜନକ ଉତ୍ତର […]
କଟକ : ଭିଜିଲାନ୍ସ ଜାଲରେ ଟ୍ରାଇବାଲ ଡେଭଲପମେଣ୍ଟ କର୍ପୋରେସନ କର୍ମଚାରୀ। ଗଜପତି ଜିଲ୍ଲା ଆର.ଉଦୟଗିରିର TDCCOLର ପୂର୍ବତନ ଜିଏମ୍ ରୋହିତ ପରିଡ଼ାଙ୍କ ଠାରୁ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ସେ ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଯାତ୍ରା କରୁଥିବା ବସକୁ ଚନ୍ଦ୍ରଗିରିରେ ଅଟକାଇଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ଟଙ୍କା ୫.୫୪ ଲକ୍ଷ ଟଙ୍କା ମିଳିଥିଲା। ଏତେ ପରିମାଣର ଟଙ୍କା ସେ କେଉଁଠୁ ଆଣିଲେ ସେ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ ବକରାଯାଇଛି । ଏହା ସହିତ ଶ୍ରୀ ପରିଡ଼ାଙ୍କର ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ ଚାଲିଛି। ଅବସର ପରେ ପୁନଃ ନିଯୁକ୍ତିରେ ଆର ଉଦୟଗିରିରେ କାର୍ଯ୍ୟରତ ଥିଲେ ରୋହିତ।




