ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ
ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଧରାପଡିଲେ ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ । କେନ୍ଦ୍ରାପଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଅତି ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି I ନିଜ ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଗୃହ ଋଣ କରାଇଦେବା ବାବଦକୁ କାଗଜପତ୍ରରେ ଦସ୍ତଖତ ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଏବାବଦରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗରେ ଅବଗତ କରିଥିଲେ। ନିରଞ୍ଜନ ଲାଞ୍ଚ ଗ୍ରହଣ କରୁଥିବା ସମୟରେ […]
ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଧରାପଡିଲେ ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ । କେନ୍ଦ୍ରାପଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଅତି ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି I ନିଜ ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଗୃହ ଋଣ କରାଇଦେବା ବାବଦକୁ କାଗଜପତ୍ରରେ ଦସ୍ତଖତ ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଏବାବଦରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗରେ ଅବଗତ କରିଥିଲେ। ନିରଞ୍ଜନ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅତର୍କିତ ଚଢ଼ାଉ କରି ୫ ହଜାର ଟଙ୍କା ଜବତ କରିବା ସହ ତାଙ୍କର ୪ଟି ସ୍ଥାନରେ ଜାରି ରହିଛି । କଟକ ଭିଜିଲାନ୍ସ ଟିମ୍ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।




