ଭିଜିଲାନ୍ସ ଜାଲରେ ପୂର୍ବତନ ସିଏସଓ

କଟକ : ଭିଜିଲାନ୍ସ ଜାଲରେ ପଡିଲେ ନୟାଗଡ଼ର ପୂର୍ବତନ ସିଏସଓ ବ୍ରଜେନ୍ଦ୍ର ନାୟକ I ତାଙ୍କର ଭୁବନେଶ୍ୱର ପୁରୀ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି I ଏବେ ନିଲମ୍ବିତ ହୋଇଛନ୍ତି ବ୍ରଜେନ୍ଦ୍ର ନାୟକ । ଆଜି ସକାଳୁ ଶ୍ରୀ ନାୟକଙ୍କର ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନିରେ ଥିବା ଘର, ରାଜାରାଣୀ କଲୋନିରେ ଥିବା ପ୍ଲଟ ନଂ ୩୮୪ ଓ ୩୮୫, ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ି ଗାଁରେ ଥିବା ପୈତୃକ ଘର […]

Samaya Live Picture
Published On

କଟକ : ଭିଜିଲାନ୍ସ ଜାଲରେ ପଡିଲେ ନୟାଗଡ଼ର ପୂର୍ବତନ ସିଏସଓ ବ୍ରଜେନ୍ଦ୍ର ନାୟକ I ତାଙ୍କର ଭୁବନେଶ୍ୱର ପୁରୀ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି I ଏବେ ନିଲମ୍ବିତ ହୋଇଛନ୍ତି ବ୍ରଜେନ୍ଦ୍ର ନାୟକ ।

ଆଜି ସକାଳୁ ଶ୍ରୀ ନାୟକଙ୍କର ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନିରେ ଥିବା ଘର, ରାଜାରାଣୀ କଲୋନିରେ ଥିବା ପ୍ଲଟ ନଂ ୩୮୪ ଓ ୩୮୫, ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ି ଗାଁରେ ଥିବା ପୈତୃକ ଘର ଓ ଫାର୍ମହାଉସରେ ଭିଜିଲାନ୍ସ ପକ୍ଷରୁ ଚଢଉ ଜାରି ରହିଛି। ଚଢ଼ାଉରେ ସାମିଲ ଅଛନ୍ତି ଦୁଇ ଜଣ ଡିଏସପି, ୬ ଜଣ ଇନିସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ଭୁବନେଶ୍ୱର ସ୍ୱତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି I ତେବେ ବର୍ତମାନ ସୁଦ୍ଧା ଚଢ଼ାଉ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ମିଳି ପରି ନାହିଁ I ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Tags: