ଭିଜିଲାନ୍ସ ଜାଲରେ ଥାନାବାବୁ

ଯାଜପୁର : ଭିଜିଲାନ୍ସ ଜାଲରେ ପଡିଲେ ଥାନାବାବୁ I ଜନୈକ ଗାଡି ମାଲିକଙ୍କ ପାଖରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଛି ଭିଜିଲାନ୍ସ I ନଗଦ ଟଙ୍କା ସହ ସୁକିନ୍ଦା ଥାନାର ସବ୍‌ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଅନୁସାରେ,ପ୍ରାୟ ମାସେ ଆଗରୁ ଜବତ ହୋଇ ଥାନାରେ ଥିବା ଏକ ବାଲି ବୋଝେଇ ଟ୍ରକ କୁ ମୁକୁଳାଇବା ପାଇଁ ଟ୍ରକ ମାଲିକଙ୍କ ନିକଟରୁ ୨୦ ହଜାର ଟଙ୍କା ଦାବି କରିଥିଲେ […]

Samaya Live Picture
Published On

ଯାଜପୁର : ଭିଜିଲାନ୍ସ ଜାଲରେ ପଡିଲେ ଥାନାବାବୁ I ଜନୈକ ଗାଡି ମାଲିକଙ୍କ ପାଖରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଛି ଭିଜିଲାନ୍ସ I ନଗଦ ଟଙ୍କା ସହ ସୁକିନ୍ଦା ଥାନାର ସବ୍‌ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ସୂଚନା ଅନୁସାରେ,ପ୍ରାୟ ମାସେ ଆଗରୁ ଜବତ ହୋଇ ଥାନାରେ ଥିବା ଏକ ବାଲି ବୋଝେଇ ଟ୍ରକ କୁ ମୁକୁଳାଇବା ପାଇଁ ଟ୍ରକ ମାଲିକଙ୍କ ନିକଟରୁ ୨୦ ହଜାର ଟଙ୍କା ଦାବି କରିଥିଲେ ସୁକିନ୍ଦା ଥାନାର ସବ୍‌ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି I ପୂର୍ବରୁ ସେ ୧୦ ହଜାର ଟଙ୍କା ନେଇସାରିଥିବା ବେଳେ ଆଜି ପୁଣି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ I ଏ ସମ୍ପର୍କରେ ଗାଡି ମାଲିକ ଭିଜିଲାନ୍ସ ର ସହାୟତା ନେଇଥିଲେ I

ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ। ସେହି ହାଇୱା ଜବତ ଘଟଣାରେ ବୁଧବାର ଦିନ ସୁକିନ୍ଦା ପୁଲିସ ଏକ ମାମଲା ରୁଜ୍ଜୁ କରି ବାଲି ଗାଡି ଚାଳକ ମନୋହରପୁର ଗ୍ରାମର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ବାଲି ବୋଝେଇ ଗାଡ଼ିକୁ ଥାନାରୁ ଖଲାସ କରିବା ନିମନ୍ତେ ଗାଡି ମାଲିକଙ୍କ ଠାରୁ ସୁକିନ୍ଦା ଥାନାର ଏସ୍‌ଆଇ ନିର୍ମଳ ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ। ଏହି ଘଟଣାରେ ଭିଜିଲାନ୍ସ ଟିମ୍ ସୁକିନ୍ଦା ଥାନା ଏସ୍‌ଆଇ ନିର୍ମଳ ସେନାପତିଙ୍କ ବାସଗୃହରେ ଚଢ଼ଉ କରିବା ପରେ ଅଧିକ ତଦନ୍ତ ପାଇଁ ତାଙ୍କୁ କଟକ ନେଇଥିବା ଜଣାପଡ଼ିଛି।

Tags: