ଭିଜିଲାନ୍ସ ଜାଲରେ ତହସିଲ କର୍ମଚାରୀ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ମୁରୀବାହଲ ତହସିଲ କର୍ମଚାରୀ I ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ତହସିଲ ରେକର୍ଡ କିପର ହାବେଲେଟ ବାର୍ଲା I ଜମି ପଟ୍ଟା ପ୍ରଦାନ ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I ଭିଜିଲାନ୍ସ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହିତ ଭିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି I ସୂଚନାମୁତାବକ,ହାବେଲେଟ ବାର୍ଲା ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ କରିବା ୨୦ ହଜାର ଟଙ୍କା […]

Samaya Live Picture
Published On

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ମୁରୀବାହଲ ତହସିଲ କର୍ମଚାରୀ I ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ତହସିଲ ରେକର୍ଡ କିପର ହାବେଲେଟ ବାର୍ଲା I ଜମି ପଟ୍ଟା ପ୍ରଦାନ ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I ଭିଜିଲାନ୍ସ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହିତ ଭିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି I

ସୂଚନାମୁତାବକ,ହାବେଲେଟ ବାର୍ଲା ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ କରିବା ୨୦ ହଜାର ଟଙ୍କା ଦାବି କରିଥିଲେ I ଏନେଇ ଉକ୍ତ ବ୍ୟକ୍ତି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ I ଆଜି ହାବେଲେଟ ଉକ୍ତ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଧରି ଲାଞ୍ଚ ଟଙ୍କା ଜବତ କରିଥିଲା I ଏହି ଘଟଣାରେ ଅଧିକ ଯାଞ୍ଚ ଚଳାଇଛି ଭିଜିଲାନ୍ସ I

Tags: