ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନିସ୍ପେକଟର

ଭୁବନେଶ୍ୱର : ଟ୍ରାଫିକ ଇନିସ୍ପେକଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ I ତାଳଚେର ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରାଙ୍କୁ ବାନ୍ଧିଛି ଭିଜିଲାନ୍ସ । ତାଙ୍କ କାରରେ ତାଳଚେରରୁ ଅସ୍ତରଙ୍ଗ ଯାଉଥିବାବେଳେ,ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ତାଙ୍କ ଗାଡ଼ିରୁ୧୦ ଲକ୍ଷରୁ ଉର୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ I ଧରାପଡିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଜିତେନ୍ଦ୍ର । ଆୟବହିର୍ଭୁତ ସଂପତ୍ତିି ଠୁଳ ଅଭିଯୋଗରେ ତାଳଚେରରେ ଥିବା ତାଙ୍କ ଭଡା ଘର ଓ ଅସ୍ତରଙ୍ଗରେ ଥିବା […]

Samaya Live Picture
Published On

ଭୁବନେଶ୍ୱର : ଟ୍ରାଫିକ ଇନିସ୍ପେକଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ I ତାଳଚେର ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରାଙ୍କୁ ବାନ୍ଧିଛି ଭିଜିଲାନ୍ସ । ତାଙ୍କ କାରରେ ତାଳଚେରରୁ ଅସ୍ତରଙ୍ଗ ଯାଉଥିବାବେଳେ,ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ତାଙ୍କ ଗାଡ଼ିରୁ୧୦ ଲକ୍ଷରୁ ଉର୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ I ଧରାପଡିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଜିତେନ୍ଦ୍ର । ଆୟବହିର୍ଭୁତ ସଂପତ୍ତିି ଠୁଳ ଅଭିଯୋଗରେ ତାଳଚେରରେ ଥିବା ତାଙ୍କ ଭଡା ଘର ଓ ଅସ୍ତରଙ୍ଗରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା I ଏହି ସମୟରେ ୨ଟି ଘରୁ ଯଥାକ୍ରମେ ୩ଲକ୍ଷ ଓ ୧୦ଲକ୍ଷ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ସ୍କାନରରେ ଜିତେନ୍ଦ୍ରଙ୍କ ପୁଅ ଓ ଭାଇ ରହିଛନ୍ତି। ସେମାନଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢଉରୁ ନଗଦ ୨୪ ଲକ୍ଷ ୨୪ ହଜାର ଟଙ୍କା ସହିତ ସୁନା ଅଳଙ୍କାର ଜବତ ହୋଇ ଥିବା ଜଣ ପଡିଛି I ତେବେ ଏହି ଚଢ଼ାଉ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସବିଶେଷ ବିବରଣୀ ମିଳିପାରି ନାହିଁ I

Tags: