ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନାର IIC ଓ ASI

ବାଲେଶ୍ବର : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ ବାବୁ I ଲାଞ୍ଚନେବାବେଳେ ବାଲେଶ୍ବର ଚାନ୍ଦିପୁର ଥାନା ଆଇଆଇସି ଓ ଏଏସଆଇ ଧରିଲା ଭିଜିଲାନ୍ସ । ଏହି ଦୁଇଜଣ ହେଲେ ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତି । ଜଣେ ମଦ ବ୍ୟବସାୟୀ ଠାରୁ ମାସିକିଆ ବଟି ୫୦ ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ମିଳିଥିବା ସୂଚନା ଆଧାରରେ ବଳରାମ ଗଡି ଅଞ୍ଚଳରେ ଥିବା ଏକ ବିଦେଶୀ ମଦ କାଉଣ୍ଟରକୁ ଏହି […]

Samaya Live Picture
Published On

ବାଲେଶ୍ବର : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ ବାବୁ I ଲାଞ୍ଚନେବାବେଳେ ବାଲେଶ୍ବର ଚାନ୍ଦିପୁର ଥାନା ଆଇଆଇସି ଓ ଏଏସଆଇ ଧରିଲା ଭିଜିଲାନ୍ସ । ଏହି ଦୁଇଜଣ ହେଲେ ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତି । ଜଣେ ମଦ ବ୍ୟବସାୟୀ ଠାରୁ ମାସିକିଆ ବଟି ୫୦ ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ।

ମିଳିଥିବା ସୂଚନା ଆଧାରରେ ବଳରାମ ଗଡି ଅଞ୍ଚଳରେ ଥିବା ଏକ ବିଦେଶୀ ମଦ କାଉଣ୍ଟରକୁ ଏହି ଦୁଇ ଅଧିକାରୀ ବଟି ମାଗୁ ଥିଲେ। ଆଉ ଆଜି ଲାଞ୍ଚ ନେବା ବେଳେ ଦୁଇ ଅଧିକାରୀଙ୍କୁ ଧରିଛି ଭିଜିଲାନ୍ସ। ଦୁଇ ଅଧିକାରୀ ଲାଞ୍ଚ ପାଇଁ ୫୦ ହଜାର ଟଙ୍କା ପୂର୍ବରୁ ଦାବି କରିଥିଲେ। ଆଜି ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ଭିଜିଲାନ୍ସ ଏସ୍ପି ନରହରି ନାୟକ । ଧରାପଡ଼ିବା ପରେ ଆଇଆଇସି ଓ ଏଏସଆଇଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

Tags: