ଭିଜିଲାନ୍ସ ଜାଲରେ ଅବକାରୀ ଅଧିକ୍ଷକ

ରାୟଗଡା : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ଅଧିକ୍ଷକ I ନବରଙ୍ଗପୁର ଜିଲା ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି I ଜୟପୁର ଭିଜିଲାନ୍ସ ଏସପି ପ୍ରଦୀପ୍ତ କୁମାର ଦ୍ବିବେଦୀଙ୍କ ନିର୍ଦେଶରେ ୬ଟି ଦଳ ଗଙ୍ଗାଙ୍କ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ପୈତୃକ ଘରେ, ନବରଙ୍ଗପୁର ସ୍ଥିତ ଡି ଏସ୍‌-ଥ୍ରୀ ସିନେମା ହଲ ନିକଟରେ ଥିବା ଭଡ଼ା ଘରେ ଓ ଅଫିସ […]

Samaya Live Picture
Published On

ରାୟଗଡା : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ଅଧିକ୍ଷକ I ନବରଙ୍ଗପୁର ଜିଲା ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି I ଜୟପୁର ଭିଜିଲାନ୍ସ ଏସପି ପ୍ରଦୀପ୍ତ କୁମାର ଦ୍ବିବେଦୀଙ୍କ ନିର୍ଦେଶରେ ୬ଟି ଦଳ ଗଙ୍ଗାଙ୍କ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ପୈତୃକ ଘରେ, ନବରଙ୍ଗପୁର ସ୍ଥିତ ଡି ଏସ୍‌-ଥ୍ରୀ ସିନେମା ହଲ ନିକଟରେ ଥିବା ଭଡ଼ା ଘରେ ଓ ଅଫିସ ସମେତ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ଟିମ୍ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସର୍ବମୋଟ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ I

Tags: