ଭଡ଼ାଘରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର
ପାରଳାଖେମୁଣ୍ଡି : ବନ୍ଦ ଘରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଗଜପତି ଜିଲା ପାରଳାଖେମୁଣ୍ଡି ନଗର ପଲ୍ଲୀ ସାହିର ଏକ ଭଡ଼ାଘରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ସ୍ତ୍ରୀ ଫେରାର ହୋଇଯାଇଛି । ମୃତ ଯୁବକ ହେଉଛନ୍ତି ଗୁଣୁପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମାଛଖୁଣ୍ଟି ଗ୍ରାମର ଜଗଦୀଶ ମେଲେକା। ସେ ୬ ମାସ ପୂର୍ବରୁ ମରମ ବିବାହ କରି ଉକ୍ତ ଭଡ଼ାଘରେ ସ୍ୱାମୀ -ସ୍ତ୍ରୀ ଦୁହେଁ ରହୁଥିଲେ । ତେବେ […]
ପାରଳାଖେମୁଣ୍ଡି : ବନ୍ଦ ଘରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଗଜପତି ଜିଲା ପାରଳାଖେମୁଣ୍ଡି ନଗର ପଲ୍ଲୀ ସାହିର ଏକ ଭଡ଼ାଘରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ସ୍ତ୍ରୀ ଫେରାର ହୋଇଯାଇଛି । ମୃତ ଯୁବକ ହେଉଛନ୍ତି ଗୁଣୁପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମାଛଖୁଣ୍ଟି ଗ୍ରାମର ଜଗଦୀଶ ମେଲେକା। ସେ ୬ ମାସ ପୂର୍ବରୁ ମରମ ବିବାହ କରି ଉକ୍ତ ଭଡ଼ାଘରେ ସ୍ୱାମୀ -ସ୍ତ୍ରୀ ଦୁହେଁ ରହୁଥିଲେ । ତେବେ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।




