ବ୍ରାଉନ ସୁଗର ଜବତ ବେଳେ ଅବକାରୀ ଟିମକୁ ଘେରିଲେ ପରିବାର ଲୋକେ
ବାଲେଶ୍ୱର : ବ୍ରାଉନ ସୁଗାର ଚଢ଼ାଉ ବେଳେ ଅବକାରୀ ଟିମ୍ ହଟହଟା । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ବଜାରରେ ବ୍ରାଉନସୁଗର ଜବତ କରିବାକୁ ଆସିଥିଲେ ଅବକାରୀ ସାଟେଲାଇଟ୍ ଟିମ୍ । ସେଠାରେ ବ୍ରାଉନସୁଗର ଜବତ ସହ ମହିଳାଙ୍କୁ ଗିରଫ କରିଥିଲେ । ମହିଳାଙ୍କୁ ଗିରଫ କରି ନେଲା ବେଳେ ଗାଡିର ଚାବି ଛଡ଼ାଇ ନେଇଥିଲେ ପରିବାର ଲୋକ। ମୁଲତାନି ମାଟିକୁ ବ୍ରାଉନସୁଗର ଦର୍ଶାଇ ମହିଳାଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି। ସେପଟେ ବ୍ରାଉନସୁଗର ଜବତ ହୋଇଥିବା କହିଛି […]
ବାଲେଶ୍ୱର : ବ୍ରାଉନ ସୁଗାର ଚଢ଼ାଉ ବେଳେ ଅବକାରୀ ଟିମ୍ ହଟହଟା । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ବଜାରରେ ବ୍ରାଉନସୁଗର ଜବତ କରିବାକୁ ଆସିଥିଲେ ଅବକାରୀ ସାଟେଲାଇଟ୍ ଟିମ୍ । ସେଠାରେ ବ୍ରାଉନସୁଗର ଜବତ ସହ ମହିଳାଙ୍କୁ ଗିରଫ କରିଥିଲେ । ମହିଳାଙ୍କୁ ଗିରଫ କରି ନେଲା ବେଳେ ଗାଡିର ଚାବି ଛଡ଼ାଇ ନେଇଥିଲେ ପରିବାର ଲୋକ। ମୁଲତାନି ମାଟିକୁ ବ୍ରାଉନସୁଗର ଦର୍ଶାଇ ମହିଳାଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି। ସେପଟେ ବ୍ରାଉନସୁଗର ଜବତ ହୋଇଥିବା କହିଛି ଅବକାରୀ ଟିମ୍ ।
ସୂଚନା ଥାଉକି, ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି । ମିଛ କେସ୍ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ିକୁ ଅଟକ ରଖିଛନ୍ତି। ଏଥିସହ ରାସ୍ତାରୋକ କରିଛନ୍ତି ପରିବାର ଲୋକେ। ଏପରି ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥତି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରେ ଘଟିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କମର୍ଦ୍ଦା ବଜାରର ଜଣଙ୍କ ଘର ଉପରେ ଆଜି ସକାଳେ ଅବକାରୀ ଟିମ୍ ଚଢ଼ାଉ କରିଥିଲା। ଅବକାରୀ ଟିମ୍ କିଛି ପାଉଡର ପରି ପଦାର୍ଥ ଜବତ କରିଥିବା ବେଳେ ତାହା ବ୍ରାଉନସୁଗର ବୋଲି କହୁଛି।




