ବେଆଇନ ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ,ଧରାପଡ଼ିଲେ ୪ ଅଭିଯୁକ୍ତ

କେଉଁଝର : କେନ୍ଦୁଝର ଜିଲା ସାଇବର ପୋଲିସ ହାତରେ ୪ ବେଆଇନ ସିମ୍‌ କାର୍ଡ ଠକ I ସେମାନେ ସମସ୍ତେ ଘସିପୁରା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନେ ବିଭିନ୍ନ ଲୋକଙ୍କୁ ଠକି ସେମାନଙ୍କ ନାମର ସିମ୍‌କୁ ସାଇବର ଅପରାଧୀଙ୍କୁ ବିକ୍ରି କରିଥିବା ପୋଲିସ କହିଛି। ଏସ୍‌ପି ଅଫିସରେ ଅନୁଷ୍ଠିତ ଏକ ପ୍ରେସ୍‌ମିଟ୍‌ରେ ଏସ୍‌ପି ନୀତିନ କୁଶଲକର ଦାଗଡୁ କହିଛନ୍ତି। ଅଭିଯୁକ୍ତମାନେ ବିଭିନ୍ନ ରାଜ୍ୟରେ ୫ହଜାରରୁ ଉର୍ଧ୍ଵ ବିଭିନ୍ନ କମ୍ପାନୀର ସିମ୍‌ ବାଣ୍ଟିଥିବା ବେଳେ […]

Samaya Live Picture
Published On

କେଉଁଝର : କେନ୍ଦୁଝର ଜିଲା ସାଇବର ପୋଲିସ ହାତରେ ୪ ବେଆଇନ ସିମ୍‌ କାର୍ଡ ଠକ I ସେମାନେ ସମସ୍ତେ ଘସିପୁରା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନେ ବିଭିନ୍ନ ଲୋକଙ୍କୁ ଠକି ସେମାନଙ୍କ ନାମର ସିମ୍‌କୁ ସାଇବର ଅପରାଧୀଙ୍କୁ ବିକ୍ରି କରିଥିବା ପୋଲିସ କହିଛି। ଏସ୍‌ପି ଅଫିସରେ ଅନୁଷ୍ଠିତ ଏକ ପ୍ରେସ୍‌ମିଟ୍‌ରେ ଏସ୍‌ପି ନୀତିନ କୁଶଲକର ଦାଗଡୁ କହିଛନ୍ତି। ଅଭିଯୁକ୍ତମାନେ ବିଭିନ୍ନ ରାଜ୍ୟରେ ୫ହଜାରରୁ ଉର୍ଧ୍ଵ ବିଭିନ୍ନ କମ୍ପାନୀର ସିମ୍‌ ବାଣ୍ଟିଥିବା ବେଳେ ଏହି ସିମ୍‌ଗୁଡିକରେ ବହୁ ସାଇବର କ୍ରାଇମ୍‌ ଘଟିଥିବା କହିଛନ୍ତି। କମ୍ପାନୀକୁ ଜଣାଇ ସେସବୁ ସିମ୍‌ ନିଷ୍କ୍ରିୟ କରି ଦେବାକୁ କୁହାଯିବା ସହ ଅନ୍ୟ ଅପରାଧ ସହିତ ଲିଙ୍କ୍‌ ତଦନ୍ତ ପରେ ଜଣାପଡ଼ିବ।

Tags: