ବିବାହ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା

ଗଜପତି: ଅମାନବୀୟ ଘଟଣା I ବିବାହ ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରାମାଡ I ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ। ଛୁରାମାଡ଼ରେ ଗୁରୁତର ହୋଇଥିବା ଯୁବକଙ୍କ ନାଁ ପ୍ରଶାନ୍ତ ପ୍ରଧାନ I ଆକ୍ରମଣ କରିଥିବା ଯୁବକଙ୍କ ନାଁ ଶ୍ରୀହରି ପ୍ରଧାନ I ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି I ଏହି ଅଘଟଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା I ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଶ୍ରୀହରିଙ୍କ […]

Samaya Live Picture
Published On

ଗଜପତି: ଅମାନବୀୟ ଘଟଣା I ବିବାହ ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରାମାଡ I ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ। ଛୁରାମାଡ଼ରେ ଗୁରୁତର ହୋଇଥିବା ଯୁବକଙ୍କ ନାଁ ପ୍ରଶାନ୍ତ ପ୍ରଧାନ I ଆକ୍ରମଣ କରିଥିବା ଯୁବକଙ୍କ ନାଁ ଶ୍ରୀହରି ପ୍ରଧାନ I ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି I ଏହି ଅଘଟଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା I ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଶ୍ରୀହରିଙ୍କ ଘର ଜାଳିଦେଇଛନ୍ତି I

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ମୋହନା ଚନ୍ଦ୍ରଗିରି ଗାଁର ଜଣେ ବ୍ୟକ୍ତିଙ୍କ ବିବାହ ଉତ୍ସବ ଥିଲା। ବରଯାତ୍ରୀ ବାହାରିବା ସମୟରେ ଶ୍ରୀହରି ଅତର୍କିତ ଭାବରେ ଆସି ପ୍ରଶାନ୍ତଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପରିବାର ଲୋକ ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ପରେ ଉତ୍ତ୍ୟକ୍ତ ଗାଁ ଲୋକ ଅଭିଯୁକ୍ତ ଶ୍ରହରିର ଘର ପୋଡି ଦେଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ଆଜି ସକାଳେ ଉତ୍ୟକ୍ତ ଲୋକେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ମୋହନା ପୋଲିସ, ଆର ଉଦୟଗିରି ପୋଲିସ, ଅଡ଼ବା ପୋଲିସ, ପାଟପୁର ଓ ଦିଗପହଣ୍ଡି ପୋଲିସ ଏବଂ ଆର୍‌.ଉଦୟଗିରି ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।

ଗତ ଶିବରାତ୍ରୀ ସମୟରେ ଗାଁ ଯାତ୍ରା କମିଟି ପକ୍ଷରୁ ମହାଭାରତ ନାଟକ ଆୟୋଜନ କରାଯାଇଥିଲା । ସେହି ସମୟରେ ଶ୍ରୀହରି ଏବଂ ପ୍ରଶାନ୍ତଙ୍କ ମଧ୍ୟରେ ଝଗଡା ହୋଇଥିଲା I ଏହି ଝଗଡ଼ାକୁ ନେଇ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ।

Tags: