ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ
ଝାରସୁଗୁଡା : ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ I ଝାରସୁଗୁଡ଼ା ତେଲିଭଟାରୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ ହୋଇଛି। ଏହାସହ ଏହି ବ୍ରାଉନ୍ ସୁଗାର କାରବାର କରୁଥିବା ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ। ଉଭୟଙ୍କୁ ଅଟକ ରଖି ପୋଲିସ ସମସ୍ତ ଘଟଣା ବାବଦରେ ପଚରାଉଚରା କରୁଛି। ତେବେ ଏହି ବ୍ରାଉନ୍ ସୁଗାରରେ କାରବାରରେ ସ୍ୱାମୀ-ସ୍ତ୍ରୀ ଜଡିତ ଥିବା ପୋଲିସ ପକ୍ଷରୁ ସୂଚନା ଜାରି ହୋଇଛି। ଖବର ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ […]
ଝାରସୁଗୁଡା : ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ I ଝାରସୁଗୁଡ଼ା ତେଲିଭଟାରୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ ହୋଇଛି। ଏହାସହ ଏହି ବ୍ରାଉନ୍ ସୁଗାର କାରବାର କରୁଥିବା ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ। ଉଭୟଙ୍କୁ ଅଟକ ରଖି ପୋଲିସ ସମସ୍ତ ଘଟଣା ବାବଦରେ ପଚରାଉଚରା କରୁଛି। ତେବେ ଏହି ବ୍ରାଉନ୍ ସୁଗାରରେ କାରବାରରେ ସ୍ୱାମୀ-ସ୍ତ୍ରୀ ଜଡିତ ଥିବା ପୋଲିସ ପକ୍ଷରୁ ସୂଚନା ଜାରି ହୋଇଛି।
ଖବର ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ତେଲିଭଟାରେ ଚଢାଉ କରିଥିଲା ସଦର ଥାନା ପୋଲିସ । ଏହି ଚଢାଉରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ତେବେ ଅଟକ ଥିବା ଦୁଇ ଜଣ ସଂପର୍କରେ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡିଛି। ପୋଲିସ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି। ଏହି ବ୍ରାଉନସୁଗାର କାରବାରରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ପୋଲିସ ଦମ୍ପତିଙ୍କୁ ଜେରା କରୁଛି। ଏହାସହିତ ଏହି ବ୍ରାଉନ ସୁଗାର କାରବାରର ଚେର ଆଉ କେଉଁ ଜାଗାକୁ ମାଡିଛି ଏହାର ଖୋଳତାଡ଼ କରୁଛି ପୋଲିସ।




