ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର I ଆଜି ସକାଳେ ମହିଳାଙ୍କ ମୃତଦେହ ବିନ୍ଦୁସାଗର ଭିତରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଲିଙ୍ଗରାଜ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ପାଣି ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଘଟଣାସ୍ଥଳରେ ଲିଙ୍ଗରାଜ ପୋଲିସ ସହିତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି I […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର I ଆଜି ସକାଳେ ମହିଳାଙ୍କ ମୃତଦେହ ବିନ୍ଦୁସାଗର ଭିତରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଲିଙ୍ଗରାଜ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ପାଣି ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଘଟଣାସ୍ଥଳରେ ଲିଙ୍ଗରାଜ ପୋଲିସ ସହିତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି I

ମୃତ ମହିଳାଙ୍କ ବେଶଭୂଷା ସମ୍ଭ୍ରାନ୍ତ ଘରର ବୋଲି ଜଣାପଡୁଛି। ତାଙ୍କ ବୟସ ୪୦ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି I ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି ତାହା ଜଣାପଡ଼ିନାହିଁ।

ସୂଚନାନୁସାରେ,ଗତକାଲି ଖଣ୍ଡଗିରି ନିକଟସ୍ଥ ଦୟାନଦୀରୁ ମଣିଷ କଙ୍କାଳ ଉଦ୍ଧାର କରାଯାଇଥିଲା I କଙ୍କାଳଟିକୁ ରଶିରେ ବନ୍ଧା ହୋଇଥିବା ଦେଖାଯାଇଥିଲା I କଙ୍କାଳଟି କେଉଁଠୁ,କିପରି ଆସିଲା ତାହା ସ୍ପଷ୍ଟ ହୋଇ ନଥିବାବେଳେ ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I

Tags: