ବିଜୟଙ୍କୁ ମିଳିଲା ଜାମିନ
କଟକ: ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଆଇଏଏସ୍ ଅଫିସର ବିଜୟଙ୍କୁ ଓଡିଶା ହାଇକୋର୍ଟରୁ ମିଳିଲା ଜାମିନ। କିନ୍ତୁ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ କହିଛନ୍ତି ହାଇକୋର୍ଟ । ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବିଜୟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। ଏପରିକି ୟସ୍ ବ୍ୟାଙ୍କର ଦୁଇ କର୍ମଚାରୀ ମଧ୍ୟ ଗିରଫ କରାଯାଇଥିଲା। ତେବେ କୋର୍ଟରେ ହାଜର ବେଳେ ବିଜୟ କେତନ କହିଥିଲେ, ତାଙ୍କୁ ଫସାଇ ଦିଆଯାଇଛି। ତାହାହେଲେ କିଏ ଓ କାହିଁକି […]
କଟକ: ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଆଇଏଏସ୍ ଅଫିସର ବିଜୟଙ୍କୁ ଓଡିଶା ହାଇକୋର୍ଟରୁ ମିଳିଲା ଜାମିନ। କିନ୍ତୁ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ କହିଛନ୍ତି ହାଇକୋର୍ଟ । ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବିଜୟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। ଏପରିକି ୟସ୍ ବ୍ୟାଙ୍କର ଦୁଇ କର୍ମଚାରୀ ମଧ୍ୟ ଗିରଫ କରାଯାଇଥିଲା। ତେବେ କୋର୍ଟରେ ହାଜର ବେଳେ ବିଜୟ କେତନ କହିଥିଲେ, ତାଙ୍କୁ ଫସାଇ ଦିଆଯାଇଛି। ତାହାହେଲେ କିଏ ଓ କାହିଁକି ତାଙ୍କୁ ଫସାଇଲେ, ତାହା କହିନଥିଲେ ବିଜୟ। ଯାହା ଉପରୁ ଏପର୍ଯ୍ୟନ୍ତ ପର୍ଦ୍ଦା ଉଠିପାରି ନାହିଁ। ତେବେ ଏହି ଘଟଣାରେ ବିଜୟଙ୍କ ପତ୍ନ ତୋଷିମା ମିଶ୍ରଙ୍କ ଏଣ୍ଟ୍ରି ପରେ ମାମଲା ଆହୁରି ସରଗରମ ହୋଇଥିଲା। ତୋଷିମା ଅଭିଯୋଗ କରିଥିଲେ, ଓଡ଼ିଆ ଓ ଅଣଓଡ଼ିଆ ଆଇଏଏସ୍ ବିବାଦରେ ଯୋଗୁଁ ବିଜୟ କେତନଙ୍କୁ ଫସାଇ ଦିଆଯାଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା।




