ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ
ଦାମନଯୋଡି : ନିଶାସକ୍ତ ଅବସ୍ଥାରେ ଟାଙ୍ଗିଆରେ ହାଣି ପୁଅକୁ ହତ୍ୟା କଲା ବାପା । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦIମନଯୋଡି ଥାନା ଅନ୍ତର୍ଗତ ଅଧିନସ୍ତ ଆମ୍ବଗାଁରେ। ମୃତ ଯୁବକ ଜଣଙ୍କ ହେଲେ ସୁରେନ୍ଦ୍ର ବୁଡିଆ(୧୮)। ଗତକାଲି ସନ୍ଧ୍ୟା ସମୟରେ ବାପା ସମରା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। କୌଣସି କାରଣ ପାଇଁ ପୁଅ ସହ ବଚସା ହୋଇଥିଲା। ପରେ ସମରା ଉତ୍କ୍ଷିପ୍ତ ହୋଇ ଟାଙ୍ଗିଆ ଆଣି ପୁଅକୁ ହାଣି ଦେଇଥିଲା। ପୁଅର ଚିତ୍କାର ଶୁଣି ପରିବାର […]
ଦାମନଯୋଡି : ନିଶାସକ୍ତ ଅବସ୍ଥାରେ ଟାଙ୍ଗିଆରେ ହାଣି ପୁଅକୁ ହତ୍ୟା କଲା ବାପା । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦIମନଯୋଡି ଥାନା ଅନ୍ତର୍ଗତ ଅଧିନସ୍ତ ଆମ୍ବଗାଁରେ। ମୃତ ଯୁବକ ଜଣଙ୍କ ହେଲେ ସୁରେନ୍ଦ୍ର ବୁଡିଆ(୧୮)।
ଗତକାଲି ସନ୍ଧ୍ୟା ସମୟରେ ବାପା ସମରା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। କୌଣସି କାରଣ ପାଇଁ ପୁଅ ସହ ବଚସା ହୋଇଥିଲା। ପରେ ସମରା ଉତ୍କ୍ଷିପ୍ତ ହୋଇ ଟାଙ୍ଗିଆ ଆଣି ପୁଅକୁ ହାଣି ଦେଇଥିଲା। ପୁଅର ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସି ଦେବାବେଳକୁ ପୁଅ ଗୁରୁତର ହୋଇ ତଳେ ପଡିଥିଲା I ତାଙ୍କୁ ସଙ୍ଗେ ସଙ୍ଗେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରୁ ବାପା ସମରା ଫେରାର ହୋଇଯାଇଥିବାବେଳେ ତାଙ୍କୁ ଆଜି ଗିରଫ କରିବା ସହ ଦାମନଯୋଡ଼ି ଥାନା ଏଏସଆଇ ଦୀପକ କୁମାର ପଣ୍ଡା ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି I




