ବାପାର କଟା ମୁଣ୍ଡ ସହ ଥାନାରେ ପହଁଚିଲା ପୁଅ

ବାରିପଦା: ରକ୍ତ ସମ୍ପର୍କ ଭୁଲିଗଲା ସୈତାନ ପୁଅ ଇ ରାତି ଅଧରେ ଘଟାଇଲା ଜଘନ୍ୟ କାଣ୍ଡ । ସାମାନ୍ୟ ବଚସା ପରେ ଟାଙ୍ଗିଆରେ ହାଣି ବାପାକୁ ହତ୍ୟା କରିଛି । ଏହାପରେ ବାପାର କଟାମୁଣ୍ଡ ଧରି ଥାନାରେ କରିଛି ଆତ୍ମସମର୍ପଣ । ତେବେ ଏଥିରୁ ମା’ ଅଳ୍ପକେ ବର୍ତ୍ତୀ ଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ପୈଶାଚିକ କାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ । […]

Samaya Live Picture
Published On

ବାରିପଦା: ରକ୍ତ ସମ୍ପର୍କ ଭୁଲିଗଲା ସୈତାନ ପୁଅ ଇ ରାତି ଅଧରେ ଘଟାଇଲା ଜଘନ୍ୟ କାଣ୍ଡ । ସାମାନ୍ୟ ବଚସା ପରେ ଟାଙ୍ଗିଆରେ ହାଣି ବାପାକୁ ହତ୍ୟା କରିଛି । ଏହାପରେ ବାପାର କଟାମୁଣ୍ଡ ଧରି ଥାନାରେ କରିଛି ଆତ୍ମସମର୍ପଣ । ତେବେ ଏଥିରୁ ମା’ ଅଳ୍ପକେ ବର୍ତ୍ତୀ ଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ପୈଶାଚିକ କାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ । ମୃତକ ହେଉଛନ୍ତି ଚାନ୍ଦୁଆ ଗାଁର ବାଇଧର ସିଂ(୭୦)। ଅଭିଯୁକ୍ତ ପୁଅ ହେଉଛି ଶମ୍ଭୁନାଥ ସିଂ(୪୦) । ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଚାନ୍ଦୁଆ ଥାନା ପୋଲିସ।

ସୂଚନାନୁସାରେ,ଗତ ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ବାପା ବାଇଧର ଓ ପୁଅ ଶମ୍ଭୁନାଥ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ବାପାକୁ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା ପୁଅ । ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ବେଳେ ମରଣାନ୍ତକ ଆକ୍ରମଣରୁ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବାପାର ଗଣ୍ଡିକୁ ଘର ଦ୍ବାର ମୁହଁରେ ପିଙ୍ଗିଦେଇ,କଟା ମୁଣ୍ଡଙ୍କୁ ବ୍ୟାଗରେ ପୁରାଇ, ହାତରେ ଧରି ଥାନାକୁ ଚାଲି ଚାଲି ଯାଇଥିଲା । ମଙ୍ଗଳବାର ସକାଳେ ଚାନ୍ଦୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୁଅର ମାନସିକ ବିକୃତି ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଏହି ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

 

Tags: