ବାଘଛାଲ ଡ଼ିଲବେଳେ ୨ ଗିରଫ

ବଲାଙ୍ଗୀର : ବାଘଛାଲ ଡ଼ିଲବେଳେ ମାଡିବସିଲା ଏସଟିଏଫ I ବୌଦ୍ଧ କଣ୍ଟାମାଳ ରେଞ୍ଜ ବନାଞ୍ଚଳରୁ ବାଘ ଛାଲ ଜବତ ହୋଇଛି। ବାଘ ଛାଲ ଚାଲାଣ ଅଭିଯୋଗରେ ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ବାଘ ଛାଲ ଚାଲାଣ ହେବାକୁ ଥିବାବେଳେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତିଶ କୁମାରଙ୍କ ଏକ ଟିମ୍ ବଲାଙ୍ଗୀରର ତିସୁରା ଥାନା କୋଟଗାଁରେ ଚଢାଉ କରିଥିଲା। ସେଠାରେ ଅଭିଯୁକ୍ତ ମୁକେଶ ମନହିରାକୁ […]

Samaya Live Picture
Published On

ବଲାଙ୍ଗୀର : ବାଘଛାଲ ଡ଼ିଲବେଳେ ମାଡିବସିଲା ଏସଟିଏଫ I ବୌଦ୍ଧ କଣ୍ଟାମାଳ ରେଞ୍ଜ ବନାଞ୍ଚଳରୁ ବାଘ ଛାଲ ଜବତ ହୋଇଛି। ବାଘ ଛାଲ ଚାଲାଣ ଅଭିଯୋଗରେ ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ବାଘ ଛାଲ ଚାଲାଣ ହେବାକୁ ଥିବାବେଳେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତିଶ କୁମାରଙ୍କ ଏକ ଟିମ୍ ବଲାଙ୍ଗୀରର ତିସୁରା ଥାନା କୋଟଗାଁରେ ଚଢାଉ କରିଥିଲା।

ସେଠାରେ ଅଭିଯୁକ୍ତ ମୁକେଶ ମନହିରାକୁ ଗିରଫ କରିବା ସହ ତାକୁ ଅଧିକ ପଚରାଉଚରା କରୁଛି। କଣ୍ଟାମାଳରେ କଣ୍ଟାପଡା ସେକ୍ସନର ପଟାମୁଣ୍ଡା ଗାଁରେ ବାଘ ଛାଲ ଥିବା ସୂଚନା ପାଇ ବନ ବିଭାଗ ଟିମ୍ଚ ଢାଉ କରିଥିଲା । ଏକ ପାଳଗଦାରୁ ବାଘ ଛାଲ ଜବତ କରାଯାଇଥିଲା । ଏହି ମାମଲାରେ ଜଡିତ ପଟାମୁଣ୍ଡା ଗାଁର ଦିବ୍ୟଶଙ୍କର ବଗର୍ତ୍ତୀଙ୍କୁ ଗିରଫ କରିଛି ବନ ବିଭାଗ । ଏମାନଙ୍କ ନିକଟରୁ ୨ଟି କଲରା ପତରିଆ ବାଘଛାଲ ସହିତ ୬ଟି ମୋବାଇଲ ଜବତ କରାଯାଇଛି I ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଡିଏଫଓ ।

Tags: