ବାଇକ ଚାବି ନଦେବାରୁ ମହିଳାଙ୍କୁ ହତ୍ୟା

କେନ୍ଦ୍ରାପଡା : ବାଇକ ଚାବି ନ ଦେବାରୁ ପଡୋଶୀ ମହିଳାଙ୍କୁ ହତ୍ୟା କଲେ ଯୁବକ । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ସୋରିଷଦା ଗାଁରେ । ଗାଁ ର ତାପସ ଶର୍ମା ଏବଂ ସୁଧୀର ଶର୍ମା ଦୁଇ ପଡୋଶୀ । ଗତକାଲି ସୁଧୀର ଶର୍ମା ଆସି ତାପସ ଶର୍ମାଙ୍କୁ ତାଙ୍କ ବାଇକ ନେବା ପାଇଁ ଚାବି ମାଗିଥିଲେ । କିନ୍ତୁ ତାପସ ଗାଡି ଚାବି ଦେବାକୁ ମନା କରିଥିଲେ । ଏହାକୁ ନେଇ ଉଭୟ […]

Samaya Live Picture
Published On

କେନ୍ଦ୍ରାପଡା : ବାଇକ ଚାବି ନ ଦେବାରୁ ପଡୋଶୀ ମହିଳାଙ୍କୁ ହତ୍ୟା କଲେ ଯୁବକ । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ସୋରିଷଦା ଗାଁରେ । ଗାଁ ର ତାପସ ଶର୍ମା ଏବଂ ସୁଧୀର ଶର୍ମା ଦୁଇ ପଡୋଶୀ । ଗତକାଲି ସୁଧୀର ଶର୍ମା ଆସି ତାପସ ଶର୍ମାଙ୍କୁ ତାଙ୍କ ବାଇକ ନେବା ପାଇଁ ଚାବି ମାଗିଥିଲେ । କିନ୍ତୁ ତାପସ ଗାଡି ଚାବି ଦେବାକୁ ମନା କରିଥିଲେ । ଏହାକୁ ନେଇ ଉଭୟ ତାପସ ଏବଂ ସୁଧୀରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ତାପସଙ୍କ ମା’ସନ୍ଧ୍ୟାରାଣୀ ଆସି ଏହାର ପ୍ରତିବନାଦ କରିଥିଲେ । ତେବେ ଏଥିରେ ଉତ୍ୟକ୍ତ ହୋଇ ସୁଧୀର ତାଙ୍କୁ ଜୋରସେ ଠେଲି ଦେଇଥିଲେ । ସେ ଏକ ନଡ଼ିଆ ଗଛରେ ପିଟି ହୋଇ ପକ୍କା ରାସ୍ତାରେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ପଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସଂଧ୍ୟାରାଣୀଙ୍କ ପୁଅ ତାପସ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁଧୀରକୁ ଗିରଫ କରିଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Tags: