ବହୁ ଚର୍ଚ୍ଚିତ ବିତ୍ତ୍ୱିହୋତ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ବିତ୍ତ୍ୱିହୋତ୍ର ମହାନ୍ତିଙ୍କ ପରଲୋକ I ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି । ପୂର୍ବତନ ଜେଲ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ହେଉଛନ୍ତି ବିତ୍ତ୍ୱିହୋତ୍ର । ଦୀର୍ଘ ଦିନ ହେଲା ଷ୍ଟୋମାକ୍‌ କ୍ୟାନସର୍‌ରେ ପୀଡ଼ିତ ଥିଲେ। ପ୍ରଥମେ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଗତ ଦେଢ ମାସ ହେବ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଡାକ୍ତରଙ୍କ ସବୁ ପ୍ରକାର […]

Samaya Live Picture
Published On

ଭୁବନେଶ୍ୱର : ବିତ୍ତ୍ୱିହୋତ୍ର ମହାନ୍ତିଙ୍କ ପରଲୋକ I ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି । ପୂର୍ବତନ ଜେଲ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ହେଉଛନ୍ତି ବିତ୍ତ୍ୱିହୋତ୍ର । ଦୀର୍ଘ ଦିନ ହେଲା ଷ୍ଟୋମାକ୍‌ କ୍ୟାନସର୍‌ରେ ପୀଡ଼ିତ ଥିଲେ। ପ୍ରଥମେ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଗତ ଦେଢ ମାସ ହେବ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଡାକ୍ତରଙ୍କ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ଗତ ରାତିରେ ଆଖି ବୁଜିଛନ୍ତି ବିତ୍ତିହୋତ୍ର ମହାନ୍ତି ।

୨୦୦୬ରେ ରାଜସ୍ଥାନ ଆଲୱାର ବୁଲିବାକୁ ଯାଇଥିବା ସମୟରେ ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କ ଉପରେ ମାମଲା ରୁଜୁ ହୋଇ ୭ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜୋରିମାନା ହୋଇଥିଲା । ଶୁଣାଣିର ମାତ୍ର ୯ ଦିନ ମଧ୍ୟରେ ତାଙ୍କୁ ଜେଲଦଣ୍ଡIଦେଶ ହୋଇଥିଲା । ମାତ୍ର ମା’ଙ୍କ ଦେହ ଖରାପ ଦର୍ଶାଇ ସେ ପାରୋଲରେ ଆସି ଆଉ ନଜେଲକୁ ଫେରି ନଥିଲେ । ୬ ବର୍ଷ ଧରି ଫେରାର ହେବା ପରେ ୨୦୧୩ ରେ ଏକ ବ୍ୟାଙ୍କରୁ କାର୍ଯ୍ୟରତ ଥିବା ବେଳେ କେରଳରୁ ଧରା ପଡ଼ିଥିଲେ ବିତ୍ତିହୋତ୍ର। ସେ ଜେଲ୍‌ରେ ଥିବା ବେଳେ କ୍ୟାନସରରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ଏହାପରେ ଦୀର୍ଘ ଦିନ ହେଲା ସେ ଚିକିତ୍ସିତ ଥିବା ବେଳେ ଗତ ରାତିରେ ସେ ଆଖି ବୁଜିଛନ୍ତି।

Tags: