ବଲାଙ୍ଗୀର,+୨ ଛାତ୍ରୀ ହତ୍ୟା ଘଟଣାରେ ଧରାପଡିଲା ଅଭିଯୁକ୍ତ

ବଲାଙ୍ଗୀର : ପ୍ରତିଶୋଧ ନେବାକୁ ଯାଇ ଜଘନ୍ୟ ହତ୍ୟାକାଣ୍ଡ I ବଲାଙ୍ଗୀର +୨ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଘଟଣାରେ ଧରାପଡିଲା ଅଭିଯୁକ୍ତ I ଆରପିଏଫ ପୋଲିସ ସହାୟତାରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ I ଘଟନାନୁସାରେ,ଗତ ଦୁଇ ଦିନ ପୂର୍ବରୁ ବଲାଙ୍ଗିର ନିଖିଲନଗର ଅଞ୍ଚଳରେ ରହୁଥିବା ମକରଧ୍ବଜ ନାଗ ଙ୍କ ଝିଅ ଶେଷାଦ୍ରୀ ନାଗଙ୍କୁ କେହି ଜଣେ ତଣ୍ଟି କାଟି ଅତି ବିଭତ୍ସ ଭାବରେ ହତ୍ୟା କରିଥିଲା I ଏହି ଘଟଣାକୁ ବଲାଙ୍ଗୀର […]

Samaya Live Picture
Published On

ବଲାଙ୍ଗୀର : ପ୍ରତିଶୋଧ ନେବାକୁ ଯାଇ ଜଘନ୍ୟ ହତ୍ୟାକାଣ୍ଡ I ବଲାଙ୍ଗୀର +୨ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଘଟଣାରେ ଧରାପଡିଲା ଅଭିଯୁକ୍ତ I ଆରପିଏଫ ପୋଲିସ ସହାୟତାରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ I

ଘଟନାନୁସାରେ,ଗତ ଦୁଇ ଦିନ ପୂର୍ବରୁ ବଲାଙ୍ଗିର ନିଖିଲନଗର ଅଞ୍ଚଳରେ ରହୁଥିବା ମକରଧ୍ବଜ ନାଗ ଙ୍କ ଝିଅ ଶେଷାଦ୍ରୀ ନାଗଙ୍କୁ କେହି ଜଣେ ତଣ୍ଟି କାଟି ଅତି ବିଭତ୍ସ ଭାବରେ ହତ୍ୟା କରିଥିଲା I ଏହି ଘଟଣାକୁ ବଲାଙ୍ଗୀର ପୋଲିସ ଗମ୍ଭୀରତାର ସହ ନେଇ ଖୋଲ ତାଡ଼ ଚଳାଇଥିଲା I ତେବେ ହତ୍ୟା କାଣ୍ଡ ସମ୍ପର୍କରେ କୌଣସି ସୁରାକ ମିଳି ନଥିବାବେଳେ ହତ୍ୟାକାଣ୍ଡ ସ୍ଥଳରୁ ଜବତ ହୋଇଥିବା ଏକ ଟେଡି ଵିୟରକୁ ନେଇ ତଦନ୍ତ ଆଗେଇଥିଲା I ପରେ ଏହା ଏକ ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ଜଣ ପଡିଥିଲା I

ଘଟଣାଦିନ ଶେଷାଦ୍ରୀ ଏକୁଟିଆ ଘରେ ଥିଲେ I ଏହି ସମୟରେ ଶେଷାଦ୍ରୀଙ୍କ ପ୍ରେମିକ ଲୋଇସିଂହା ବ୍ଲକ ରୋତ ଗାଁର ମିଳନ ରଣା ଶେଷାଦ୍ରୀଙ୍କ ଘରକୁ ଯାଇଥିଲେ I ଶେଷାଦ୍ରୀ ମିଲନଙ୍କୁ ପ୍ରେମ କରୁଥିଲେ I ତେବେ କୌଣସି କାରଣରୁ ଶେଷାଦ୍ରୀ ଏହି ସମ୍ପର୍କରୁ ଦୂରେଇ ଯାଇଥିଲେ I କିନ୍ତୁ ଏହାକୁ ସହଜରେ ମାନି ନେଇ ପରି ନଥିଲେ ମିଲନ I ସେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ I ଘଟଣା ଦିନ ଏକ ଟେଡି ଵିୟର ନେଇ ମିଲନ ଶେଷାଦ୍ରୀଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ I କିନ୍ତୁ ଉଭୟଙ୍କ ମଧ୍ୟରେ ଖୁବ୍‌ ଜୋରରେ ଝଗଡ଼ା ହେବା ଫଳରେ ଶେଷାଦ୍ରୀ ମିଳନଙ୍କ ଠାରୁ ସମ୍ପର୍କ ତୁଟାଇବାକୁ ଚାହିଁଥିଲେ । ଏଠାରେ ଉତ୍କ୍ଷିପ୍ତ ହୋଇ ମିଲନ ଘରେ ପଡିଥିବା ଏକ କଟୁରିରେ ଶେଷାଦ୍ରୀଙ୍କ ବେକକୁ ଚୋଟ ପରେ ଚୋଟ ପକାଇ ଥିଲେ I ଅତ୍ୟଧିକ ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ଶେଷାଦ୍ରୀଙ୍କର ମୃତ୍ୟୁ ହୋଇଥିଲା I ଏହାପରେ ମିଲନ ଜଣାଗଲା ଭିତରକୁ ଯାଇ କଟୁରୀଟି ଫୋପାଡ଼ି ଦେଇ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ପଳାଇ ଯାଉଥିଲେ I

ଏହି ହତ୍ୟାକାଣ୍ଡ ସମ୍ପର୍କରେ ତଦନ୍ତ ଚଳାଇ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ମିଲନ୍‌କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା I ମିଲନ୍‌ ଓ ତାର ସହଯୋଗୀ ରାଜ୍ୟ ବାହାରକୁ ଟ୍ରେନ୍‌ରେ ପଳାଇ ଯାଉଥିବା ଜାଣିପାରି ପୁଲିସ୍‌ ଆର୍‌ପିଏଫ୍‌ର ସହାୟତାରେ ଆନ୍ଧ୍ରପ୍ରଦେଶର ବିଜୟନଗ୍ରମରୁ ଗିରଫ କରିଛି I ଶୁକ୍ରବାର ସନ୍ଧ୍ୟା ବେଳେ ବଲାଙ୍ଗିର ପୁଲିସ୍ ମିଲନ୍‌କୁ ଧରି ସିନ୍‌ ରିକ୍ରିଏସନ୍‌ କରିଛି। ଏହାଛଡ଼ା ହତ୍ୟାରେ ବ୍ୟବହୃତ କଟୁରୀକୁ ଜବତ କରିଛି।

Tags: