ବରକୁ ହତ୍ୟା ପାଇଁ ସୁପାରୀ ଘଟଣା,ମୁଖ୍ୟ ଅଭିଯୁକ୍ତ ଗିରଫ
ବଲାଙ୍ଗୀର : ବରକୁ ସୁପାରୀ ଦେଇ ହତ୍ୟା ଷଡଯନ୍ତ୍ର ଘଟଣା । ୪ ଦିନ ପରେ ଗିରଫ ହେଲା ଘଟଣାର ମୁଖ୍ୟ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବିଶ୍ୱାଳକୁ ଗିରଫ କଲା ଦେଓଗାଁ ପୋଲିସ। ଘଟଣା ପରେ ମୋହନଗିରିକୁ ଯାଇ ଲୁଚିଥିବା ବେଳେ ଧରାପଡିଛି ସୁଶାନ୍ତ । ଜମି ବିବାଦକୁ ନେଇ ସୁଶାନ୍ତ ହତ୍ୟା ଷଡଯନ୍ତ୍ର ରଚିଥିଲା । ପୂର୍ବରୁ ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି […]
ବଲାଙ୍ଗୀର : ବରକୁ ସୁପାରୀ ଦେଇ ହତ୍ୟା ଷଡଯନ୍ତ୍ର ଘଟଣା । ୪ ଦିନ ପରେ ଗିରଫ ହେଲା ଘଟଣାର ମୁଖ୍ୟ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବିଶ୍ୱାଳକୁ ଗିରଫ କଲା ଦେଓଗାଁ ପୋଲିସ। ଘଟଣା ପରେ ମୋହନଗିରିକୁ ଯାଇ ଲୁଚିଥିବା ବେଳେ ଧରାପଡିଛି ସୁଶାନ୍ତ । ଜମି ବିବାଦକୁ ନେଇ ସୁଶାନ୍ତ ହତ୍ୟା ଷଡଯନ୍ତ୍ର ରଚିଥିଲା । ପୂର୍ବରୁ ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।
ସୂଚନାନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ଗାଈବାହାଲ ଗାଁକୁ ବବେଜୁରୀ ଗାଁରୁ ବରଯାତ୍ରୀ ନେଇ ଆସିଥିଲେ ରାଜକୁମାର ପ୍ରଧାନ । ତେବେ ତାଙ୍କୁ ମାରିବା ପାଇଁ ପୂର୍ବରୁ ଷଡଯନ୍ତ୍ର କରିଥିଲା ସୁଶାନ୍ତ ବିଶ୍ୱାଳ । ତେଣୁ ସେ ସୁପାରୀ ଦେଇ ବରଯାତ୍ରୀ ଭିତରେ ୧୦ରୁ ଅଧିକ ଯୁବକଙ୍କୁ ପଠାଇଥିଲା । ଯୁବକ ମାନେ ସାଙ୍ଗରେ ଆଣିଥିଲେ ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର । ତେବେ ବରଯାତ୍ରୀ ଶୋଭାଯାତ୍ରା ବେଳେ ସେମାନଙ୍କ କାର୍ଯ୍ୟକଳାପ ଓ ଗତିବିଧି ଉପରେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ପହଞ୍ଚି ଯୁବକମାନଙ୍କୁ କାବୁ କରିଥିଲା । ତେବେ ୭ ଜଣ ଧରାପଡିଥିବାବେଳେ ଆଉ ୩ ଚଂପଟ ମାରିଥିଲେ । ସେମାନଙ୍କ ନିକଟରୁ ବିଭିନ୍ନ ହତିଆର ଜବତ କରାଯାଇଥିଲା ।




