ବନ୍ଦ ଘରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ : ଘର ଭିତରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର I ନୟାଗଡ଼ ବଜାର ଦେବୋତ୍ତର ଲେନ – ୪ ଘରୁ ମିଳିଲା ମୃତଦେହ I ଝିଅକୁ ମାରିବା ପରେ ବାପା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖବର ପାଇ ଘରର ତାଲା ଭାଙ୍ଗି ମୃତଦେହକୁ ଉଦ୍ଧାର କରିଛି ପୋଲିସ। ୫ ବର୍ଷିଆ ଝିଅକୁ ବିଷ ଦେଇ ପରେ ବାପା ନିଜେ ଫIସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । କୁନି ଝିଅର ନାଁ ପଲକ ବିଶ୍ୱାଳ […]

Samaya Live Picture
Published On

ନୟାଗଡ଼ : ଘର ଭିତରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର I ନୟାଗଡ଼ ବଜାର ଦେବୋତ୍ତର ଲେନ – ୪ ଘରୁ ମିଳିଲା ମୃତଦେହ I ଝିଅକୁ ମାରିବା ପରେ ବାପା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖବର ପାଇ ଘରର ତାଲା ଭାଙ୍ଗି ମୃତଦେହକୁ ଉଦ୍ଧାର କରିଛି ପୋଲିସ। ୫ ବର୍ଷିଆ ଝିଅକୁ ବିଷ ଦେଇ ପରେ ବାପା ନିଜେ ଫIସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । କୁନି ଝିଅର ନାଁ ପଲକ ବିଶ୍ୱାଳ ଏବଂ ବାପାଙ୍କ ନାଁ ପୁଲକ ବିଶ୍ୱାଳ I ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ସୂଚନାନୁସାରେ,ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗତ ୩ ମାସ ପୂର୍ବରୁ ଦ୍ୱିତୀୟ ବିବାହ କରିଥିଲେ। ସବୁ କିଛି ଠିକଠାକ ଥିଲା। ଗତ ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ। ବାପ ଘରେ ୨ ଦିନ ରହି ନୟାଗଡ଼ ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା। ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ। ପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ଘରର ତାଲା ଭାଙ୍ଗି ଘରେ ପଶିଥିଲା। ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତ ଦେହ ଖଟ ଉପରେ ଥିବାର ଦେଖାଯାଇଥିଲା । ଘଟଣାସ୍ଥଳରେ ନୟାଗଡ଼ ମାଜିଷ୍ଟ୍ରେଟଙ୍କ ସହିତ SDPIO ଏବଂ IIC ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି ।

Tags: