ଫ୍ଲିପ୍କାର୍ଟ ଅଫିସରୁ ଟଙ୍କା ବାକ୍ସ ଲୁଟିନେଲେ ଦୁର୍ବୁତ୍ତ
ଆଠଗଡ଼ : ଟଙ୍କା ଭର୍ତି ଭ୍ୟାନରୁ ଟଙ୍କା ବାକ୍ସ ଲୁଟ ଘଟଣାକୁ ୨ ଦିନ ନ ବିତୁଣୁ ପୁଣି ଆଉ ଗୋଟେ ଲୁଟ I ଏଥର ଗୋଟିଏ ଇ-କମର୍ସ ଅଫିସରୁ ଟଙ୍କାବାକ୍ସ ଲୁଟି ନେଇଛନ୍ତି ଦୁର୍ବୁତ୍ତ I କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକ ନଗର ସ୍ଥିତ ଫ୍ଲିପ୍କାର୍ଟ ଅଫିସରେ ଘଟିଛି ଏହି ଲୁଟ । ଲକ୍ଷାଧିକ ଟଙ୍କା ଥିବା ବାକ୍ସକୁ ଦୁର୍ବୁତ୍ତମାନେ ବନ୍ଧୁକ ମୁନରେ ଲୁଟିନେଇ ଥିବା ସୂଚନା ମିଳିଛି I ସୂଚନାନୁସାରେ ଆଜି […]
ଆଠଗଡ଼ : ଟଙ୍କା ଭର୍ତି ଭ୍ୟାନରୁ ଟଙ୍କା ବାକ୍ସ ଲୁଟ ଘଟଣାକୁ ୨ ଦିନ ନ ବିତୁଣୁ ପୁଣି ଆଉ ଗୋଟେ ଲୁଟ I ଏଥର ଗୋଟିଏ ଇ-କମର୍ସ ଅଫିସରୁ ଟଙ୍କାବାକ୍ସ ଲୁଟି ନେଇଛନ୍ତି ଦୁର୍ବୁତ୍ତ I କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକ ନଗର ସ୍ଥିତ ଫ୍ଲିପ୍କାର୍ଟ ଅଫିସରେ ଘଟିଛି ଏହି ଲୁଟ । ଲକ୍ଷାଧିକ ଟଙ୍କା ଥିବା ବାକ୍ସକୁ ଦୁର୍ବୁତ୍ତମାନେ ବନ୍ଧୁକ ମୁନରେ ଲୁଟିନେଇ ଥିବା ସୂଚନା ମିଳିଛି I
ସୂଚନାନୁସାରେ ଆଜି ସକାଳେ ଅଶୋକନଗର ସ୍ଥିତ ଫ୍ଲିପ୍କାର୍ଟ ଅଫିସରେ ହୋଇଛି ଲୁଟ୍। ମୁଖା ପିନ୍ଧା ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି କାର୍ଯ୍ୟରତ କର୍ମଚାରୀଙ୍କୁ ବନ୍ଧୁକ୍ ଦେଖାଇ ଲୁଟ୍ କରିଛନ୍ତି। ଫ୍ଲିପ୍କାର୍ଟ ଅଫିସରେ ଥିବା ଟଙ୍କା ବାକ୍ସରୁ ଲକ୍ଷାଧିକ ଟଙ୍କା ନେଇ ଦୁର୍ବୃତ୍ତ ଘଟଣାସ୍ଥଳୂୁ ଚମ୍ପଟ ମାରିଛନ୍ତି। ଏନେଇ ଫ୍ଲିପ୍କାର୍ଟ ଅଫିସ ପକ୍ଷରୁ ଥାନାରେ ଅଭିଯୋଗ କରେଯାଇଛି। ତେବେ ଘଟଣାସମ୍ପର୍କରେ ସୂଚନା ପାଇଁ ଆଠଗଡ଼ ପୁଲିସ୍ ଛାନ୍ ଭିନ କରୁଥିବା ବେଳେ ଘଟଣା ସ୍ଥଳରେ ଆଠଗଡ଼ SDPO ମଧ୍ୟ ପହଞ୍ଚିଥିବା ଜଣାପଡିଛି।
ସୂଚନାମୁତାବକ ଗତ ନଭେମ୍ବର ୧୦ ତାରିଖ ଦିନ ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍ରେ ଭରିବାକୁ ଯାଇଥିଲେ। ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ମୋଟ ୧୩ଟି ଏଟିଏମ୍ରେ ସେମାନେ ଏହି ଟଙ୍କା ଭରି ଥାଆନ୍ତେ। ତେବେ ମାତ୍ର ଚାରୋଟି ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟ୍ର ଶିକାର ହୋଇଥିଲେ । ଏହି ଘଟଣା ପରେ ତିଗିରିଆ ଓ ଆଠଗଡ଼ ପୁଲିସ୍ ପକ୍ଷରୁ ତନାଘନା ଜାରି ରହିଛି।




