ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ଫୋପାଡ଼ି ଦେଲା ପ୍ରେମିକ

ମୁନିଗୁଡା : ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର I ବିଷମକଟକ ଥାନା ଅନ୍ତର୍ଗତ କିରିବିରି ଛକ ଜଙ୍ଗଲ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି I ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି I ମୃତ ଯୁବାରୀଙ୍କ ନାଁ ନିତୁ ବାଉରୀ I ତାଙ୍କୁ ତାଙ୍କ ପ୍ରେମିକ ମାନୁଆଲ ଶବର ହତ୍ୟା କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ନିତୁଙ୍କ ପରିବାର ଲୋକେ I ସୂଚନାନୁସାରେ,ବିଷମକଟକ ଥାନା ବ୍ଲକ କୋଲନୀର ନିତୁ […]

Samaya Live Picture
Published On

ମୁନିଗୁଡା : ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର I ବିଷମକଟକ ଥାନା ଅନ୍ତର୍ଗତ କିରିବିରି ଛକ ଜଙ୍ଗଲ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି I ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି I ମୃତ ଯୁବାରୀଙ୍କ ନାଁ ନିତୁ ବାଉରୀ I ତାଙ୍କୁ ତାଙ୍କ ପ୍ରେମିକ ମାନୁଆଲ ଶବର ହତ୍ୟା କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ନିତୁଙ୍କ ପରିବାର ଲୋକେ I

ସୂଚନାନୁସାରେ,ବିଷମକଟକ ଥାନା ବ୍ଲକ କୋଲନୀର ନିତୁ ନାଉରି ଦୀର୍ଘଦିନ ଧରି ଗୁଣୁପୁର ମରାଠିଗୁଡାର ମାନୁଆଲ ଶବରଙ୍କ ସହ ସମ୍ପର୍କରେ ଥିଲେ I ନିତୁ ବିଷମକଟକ ବ୍ଲକର ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ ଥିବାବେଳେ ମାନୁଆଲ ଶବର ବିଷମକଟକରେ ରହି ଇଞ୍ଜିନିୟରିଂ ପଢ଼ୁଥିଲେ। ପ୍ରାୟ ସମୟରେ ମାନୁଆଲ ନିତୁଙ୍କ ଘରକୁ ଯିବା ଆସିବା କରୁଥିଲେ I କିନ୍ତୁ ପରେ ଉଭୟଙ୍କ ବିବାହକୁ ନେଇ ନିତୁଙ୍କ ପରିବାର ଲୋକେ ମନା କରିଦେଇଥିଲେ I ଏହାପରେ ଗତକାଲି ମାନୁଆଲ ଫୋନ କରି ନିତୁଙ୍କୁ ଡ଼କାଇଥିଲେ I ତେବେ ନିତୁ ଆଉ ଘରକୁ ଫେରି ନଥିଲେ I ଆଜି ସକାଳେ ତାଙ୍କ ମୃତଦେହ ଜଙ୍ଗଲରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ I ଘଟଣାସ୍ଥଳରେ ପୋଲିସ ସହିତ ନିତୁଙ୍କ ପରିବାର ଲୋକେ ପହଞ୍ଚିଥିବା ବେଳେ ସେଠାରେ ଏକ ଛୋଟ ଗଛରେ ବନ୍ଧାଯାଇଥିବା ରଶି ନିତୁଙ୍କ ବେକରେ ଗୁଡ଼ାଇ ହୋଇଥିବା ଦେଖିବାକୁ ପାଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପ୍ରେମିକଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି I ଅଭିଯୁକ୍ତ ହତ୍ୟାକାରୀ ଗୁଣୁପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ I

Tags: