ପୋଲିସ ହାତରେ ଧରାପଡ଼ିଲେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ
ଭୁବନେଶ୍ୱର : ଏଆରଫିଲଡ଼ ଥାନା ପୁଲିସ ହାତରେ ଧରାପଡ଼ିଲେ ୭ ଜଣିଆ ହାଇୱେ ଲୁଟେରା ଗ୍ୟାଙ୍ଗ। ନକଲି ପୁଲିସ ପରିଚୟ ଦେଇ ବେଧଡକ କରୁଥିଲେ ଟଙ୍କା ଲୁଟ I ଏହା ସହିତ ନକଲି ପୋଲିସ ଗାଡି ରେ ନାଲି ବତୀ ଲଗାଇ ଡରାଇ ଧମକାଇ ହାଇୱେରେ ଯାଉଥିବା ଗାଈ ଗୁଡ଼ିକରୁ କରୁଥିଲେ ଲୁଟ Iଏନେଇ ଅନେକ ଦିନରୁ ପୋଲିସ ତାଙ୍କର ପିଛା କରି ଆସୁଥିଲା ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି । ଶ୍ରୀ ସିଂହ […]
ଭୁବନେଶ୍ୱର : ଏଆରଫିଲଡ଼ ଥାନା ପୁଲିସ ହାତରେ ଧରାପଡ଼ିଲେ ୭ ଜଣିଆ ହାଇୱେ ଲୁଟେରା ଗ୍ୟାଙ୍ଗ। ନକଲି ପୁଲିସ ପରିଚୟ ଦେଇ ବେଧଡକ କରୁଥିଲେ ଟଙ୍କା ଲୁଟ I ଏହା ସହିତ ନକଲି ପୋଲିସ ଗାଡି ରେ ନାଲି ବତୀ ଲଗାଇ ଡରାଇ ଧମକାଇ ହାଇୱେରେ ଯାଉଥିବା ଗାଈ ଗୁଡ଼ିକରୁ କରୁଥିଲେ ଲୁଟ Iଏନେଇ ଅନେକ ଦିନରୁ ପୋଲିସ ତାଙ୍କର ପିଛା କରି ଆସୁଥିଲା ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ।
ଶ୍ରୀ ସିଂହ କହିଛନ୍ତି ଯେ, କୋରାପୁଟର ଜଣେ ତେଲ ଟ୍ୟାଙ୍କର ମାଲିକଙ୍କ ଟ୍ରକ ତେଲ ପାଇଁ ପାରାଦୀପ ଯାଉଥିବା ସମୟରେ ଜଟଣୀ ନିକଟରେ ଏହି ଲୁଟେରା ମାନଙ୍କ କବଳରେ ପଡ଼ିଥିଲେ I ସେମାନେ ଟ୍ୟାଙ୍କର ଡ୍ରାଇଭର, ହେଲ୍ପରଙ୍କୁ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ। ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଛି କହି ୪ ଲକ୍ଷ ଟଙ୍କା ବଟି ମାଗିଥିଲେ। ଟଙ୍କା ନଦେଲେ ଗାଡି ସିଜ କରିବା ସହ ଗିରଫ କରିବାର ଧମକ ଦେଇଥିଲେ। ଭୟଭୀତ ହୋଇ ଗାଡି ମାଲିକ ୪ଲକ୍ଷ ଟଙ୍କା ଡ୍ରାଇଭର ଓ ହେଲ୍ପରଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ। ହେଲେ ବିଳମ୍ବିତ ରାତି ଯାଏଁ ଏହି ଲୁଟେରା ଡ୍ରାଇଭର ଓ ହେଲ୍ପରକୁ ଛାଡି ନଥିଲେ। କୌଶଳ କ୍ରମେ ବିଳମ୍ବିତ ରାତିରେ ଡ୍ରାଇଭର ତାଙ୍କ କବଳରୁ ଫେରାର ହୋଇ ଅନ୍ୟ ଜଣେ ଲୋକଙ୍କ ସହାୟତାରେ ଏଆରଫିଲଡ଼ ଥାନା ଯାଏଁ ଆସିଥିଲେ।
ଏହି ଘଟଣାର ତଦନ୍ତ କରି ଏଆରଫିଲଡ଼ ଥାନା ପୁଲିସ ଏହି ୭ ଲୁଟେରାଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଏକ ନକଲି ବନ୍ଧୁକ, ନକଲି ନାଲିବତୀ, ଦୁଇଟି କାର, ୭ଟି ମୋବାଇଲ, ୧୦ ହଜାର୍ ଟଙ୍କା ଜବତ କରିଛି। ୪ ଲକ୍ଷ ଟଙ୍କା ଯାଇଥିବା ଦୁଇଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି।




