ପୋଲିସ ହାଜତରୁ କଏଦୀ ଚମ୍ପଟ

ଦେବଗଡ଼ : ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଲା ଅଭିଯୁକ୍ତ I ଜେଲ ଯିବା ପୂର୍ବରୁ ଦେବଗଡ଼ ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରୁ କନେଷ୍ଟବଳକୁ ଧକ୍କା ଦେଇ ଫେରାର୍ ହୋଇଯାଇଛି I ଫେରାର ଅଭିଯୁକ୍ତର ଏପର୍ଯ୍ୟନ୍ତ ପତ୍ତା ମିଳି ପାରି ନାହିଁ I ଅଭିଯୁକ୍ତ ଜଣକ ହେଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ସୁମନ ବେହେରା I ସେ କୁଣ୍ଢେଇଗୋଳା ଗ୍ରାମର ଏକ ନାବାଳିକା ଅପହରଣର ଅଭିଯୁକ୍ତ ଥିଲା I ସୂଚନାନୁସାରେ,ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ […]

Samaya Live Picture
Published On

ଦେବଗଡ଼ : ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଲା ଅଭିଯୁକ୍ତ I ଜେଲ ଯିବା ପୂର୍ବରୁ ଦେବଗଡ଼ ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରୁ କନେଷ୍ଟବଳକୁ ଧକ୍କା ଦେଇ ଫେରାର୍ ହୋଇଯାଇଛି I ଫେରାର ଅଭିଯୁକ୍ତର ଏପର୍ଯ୍ୟନ୍ତ ପତ୍ତା ମିଳି ପାରି ନାହିଁ I ଅଭିଯୁକ୍ତ ଜଣକ ହେଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ସୁମନ ବେହେରା I ସେ କୁଣ୍ଢେଇଗୋଳା ଗ୍ରାମର ଏକ ନାବାଳିକା ଅପହରଣର ଅଭିଯୁକ୍ତ ଥିଲା I

ସୂଚନାନୁସାରେ,ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ ନାବାଳିକାଙ୍କୁ ଅପହରଣ କରିଥିବା ନେଇ ସୁମନ ବେହେରାଙ୍କ ନାଁରେ ଏତଲା ଦିଆଯାଇଥିଲା I ଏହି ଘଟଣାରେ ସୁମନ ବେହେରା ଗିରଫ ହୋଇ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପୁଲିସ ନେଉଥିଲା । ଏହିସମୟରେ ଅଦାଲତରେ ତା’ର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ଦେବଗଡ଼ ସ୍ଥିତ ସ୍ଵତନ୍ତ୍ର ଉପକାରାଗାରକୁ ପଠାଇ ଦିଆଯାଇଥିଲା । ମାତ୍ର ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରେ ପହଞ୍ଚିବା ପରେ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ବହୀନତାର ସୁଯୋଗ ନେଇ ଅଭିଯୁକ୍ତ ସୁମନ ସେଠାରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା । କୁଣ୍ଢେଇଗୋଳା ଥାନା ପୁଲିସ ପକ୍ଷରୁ ଫେରାର ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।

Tags: