ପୋଲିସ ଚାକିରୀ ନାଁରେ ଚୂନ ଲଗାଇଥିବା ଠକ ଯୁବକ ଗିରଫ

ଭୁବନେଶ୍ୱର : ଚାକିରି ନାଁରେ ଚୂନ ଲଗାଇ ଯୁବକ ଗିରଫ । କନେଷ୍ଟବଳ ଚାକିରି କରାଇଦେବାକୁ କହି ୧୪ ଲକ୍ଷ ଟଙ୍କା ଠକିନେଲେ ଯୁବକ I ଠକ ଯୁବକ ଜଣକ ହେଲେ ଦେବବ୍ରତ ପଲେଇ। ତାଙ୍କ ଘର ରାଇରଙ୍ଗପୁର କୁସୁମୀ ପଞ୍ଚାୟତ I ୨୦୨୧ ମସିହାରେ ସପ୍ତସତୀ ବିହାରରେ ଡିଟୁଏଚ ନାମରେ ଏକ ମ୍ୟାଟ୍ରିମୋନୀ ଓ ପରବର୍ତୀ ସମୟରେ କନସଲଷ୍ଟାନ୍ସି ଖୋଲିଥିଲା ଦେବବ୍ରତ। ସେହି କନସଲଷ୍ଟାନ୍ସିରେ ମାର୍ଚ୍ଚ ୨୦୨୩ ରେ କନେଷ୍ଟବଳ ନିଯୁକ୍ତି ବାହାରିଥିଲା I ଦେବବ୍ରତ […]

Samaya Live Picture
Published On

ଭୁବନେଶ୍ୱର : ଚାକିରି ନାଁରେ ଚୂନ ଲଗାଇ ଯୁବକ ଗିରଫ । କନେଷ୍ଟବଳ ଚାକିରି କରାଇଦେବାକୁ କହି ୧୪ ଲକ୍ଷ ଟଙ୍କା ଠକିନେଲେ ଯୁବକ I ଠକ ଯୁବକ ଜଣକ ହେଲେ ଦେବବ୍ରତ ପଲେଇ। ତାଙ୍କ ଘର ରାଇରଙ୍ଗପୁର କୁସୁମୀ ପଞ୍ଚାୟତ I

୨୦୨୧ ମସିହାରେ ସପ୍ତସତୀ ବିହାରରେ ଡିଟୁଏଚ ନାମରେ ଏକ ମ୍ୟାଟ୍ରିମୋନୀ ଓ ପରବର୍ତୀ ସମୟରେ କନସଲଷ୍ଟାନ୍ସି ଖୋଲିଥିଲା ଦେବବ୍ରତ। ସେହି କନସଲଷ୍ଟାନ୍ସିରେ ମାର୍ଚ୍ଚ ୨୦୨୩ ରେ କନେଷ୍ଟବଳ ନିଯୁକ୍ତି ବାହାରିଥିଲା I ଦେବବ୍ରତ ସେତେବେଳେ ନିଯୁକ୍ତି କରାଇଦେବା କଥା କହି ଅନୁଗୋଳର ୩ ଜଣଙ୍କ ଠାରୁ ୧୪ ଲକ୍ଷରୁ ଉର୍ଧ୍ଵ ଟଙ୍କା ନେଇଥିଲେ ।

ପରବର୍ତୀ ସମୟରେ ଚାକିରି ନହେବା ଫଳରେ ପଇସା ଦେଇଥିବା ବ୍ୟକ୍ତି ପଇସା ମାଗିବାରୁ ତାଙ୍କୁ ମାତ୍ର ୫୦ ହଜାର ଫେରାଇବା ସହ ଧମକ ଦେଇଥିଲା । ସେହିପରି ମେଡିକାଲ ରେ ଚାକିରୀ କରାଇଦେବା କହି ଭୁବନେଶ୍ୱରର ଅନ୍ୟ ଏକ ଝିଅ ଠାରୁ ମଧ୍ୟ ୫୦ ହଜାର ଟଙ୍କା ଠକି ନେଇଥିଲେ। ପରବର୍ତୀ ସମୟରେ ଅଭିଯୋଗ ଅନୁସାରେ ଏହି ଠକକୁ ଗିରଫ କରିଵା ସହ ଏକ ମହିନ୍ଦ୍ରା ଥର ଏବଂ ଆରୱାନଫାଇଭ ବାଇକ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ।

Tags: