ପୋଖରୀରୁ ମିଳିଲା ଅଖାରେ ଭର୍ତି ଯୁବକଙ୍କ ମୃତଦେହ
କଟକ : ଘରୁ ଡ଼ାକିନେଇ ଯୁବକଙ୍କୁ ହତ୍ୟା I ପୋଖରୀରୁ ମିଳିଲା ଅଖାରେ ଭର୍ତି ଯୁବକଙ୍କ ମୃତଦେହ I ଅଖା ଭିତରେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପାଣି ଭିତରୁ ଉଦ୍ଧର ହେଲା ମୃତଦେହ I ଘଟଣା ଘଟିଛି କଟକ ଜିଲ୍ଳା କସର୍ଦ୍ଦାରେ। ମୃତକ ହେଲେ କସର୍ଦ୍ଦା କବିଚନ୍ଦ୍ରପୁର ଗାଁର କପିଳ ସାହୁଙ୍କ ପୁଅ ପ୍ରକାଶ ସାହୁ । ତାଙ୍କୁ ଗତ ୩ ତାରିଖଦିନ ଗାଁର ସମ୍ପର୍କୀୟ ଭାଇ ଅରୂପ ସାହୁ ଘରୁ ଡ଼ାକିନେଇଥିଲେ I ସୂଚନାନୁସାରେ,କବିଚନ୍ଦ୍ରପୁର ଗାଁର […]
କଟକ : ଘରୁ ଡ଼ାକିନେଇ ଯୁବକଙ୍କୁ ହତ୍ୟା I ପୋଖରୀରୁ ମିଳିଲା ଅଖାରେ ଭର୍ତି ଯୁବକଙ୍କ ମୃତଦେହ I ଅଖା ଭିତରେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପାଣି ଭିତରୁ ଉଦ୍ଧର ହେଲା ମୃତଦେହ I ଘଟଣା ଘଟିଛି କଟକ ଜିଲ୍ଳା କସର୍ଦ୍ଦାରେ। ମୃତକ ହେଲେ କସର୍ଦ୍ଦା କବିଚନ୍ଦ୍ରପୁର ଗାଁର କପିଳ ସାହୁଙ୍କ ପୁଅ ପ୍ରକାଶ ସାହୁ । ତାଙ୍କୁ ଗତ ୩ ତାରିଖଦିନ ଗାଁର ସମ୍ପର୍କୀୟ ଭାଇ ଅରୂପ ସାହୁ ଘରୁ ଡ଼ାକିନେଇଥିଲେ I
ସୂଚନାନୁସାରେ,କବିଚନ୍ଦ୍ରପୁର ଗାଁର ପ୍ରକାଶ ସାହୁ ଏବଂ ଅରୂପ ସାହୁ ଦୁଇ ସମ୍ପର୍କୀୟ ଭାଇ I ଦୁହେଁ ଲିଜ ନେଇ ଏକ ଢାଙ୍କଟ ମେସିନ କିଣିଥିଲେ I ଏଥିରେ ୨ ଦିନ ଧାନ କଟାଯିବାପରେ ଗତ ୩ ତାରିଖ ସନ୍ଧ୍ୟାରେ ହିସାବ କରାଯିବ କହି ଅରୂପ ପ୍ରକାଶଙ୍କ ଘରୁ ଡ଼ାକିନେଇଥିଲେ I ଏହାପରେ ବିଳମ୍ବିତ ରାତିଯାଏଁ ପ୍ରକାଶ ଘରକୁ ନ ଫେରିବାରୁ ପ୍ରକାଶଙ୍କ ସ୍ତ୍ରୀ ଗୀତାଞ୍ଜଳି ଆରୂପଙ୍କୁ ଫୋନ କରି ପଚାରିଥିଲେ I ତେବେ ବର୍ତ୍ତମାନ ହିସାବ ଚାଲିଥିବା କଥା ଅରୂପ ଗୀତଞ୍ଜଳିଙ୍କୁ କହିଥିଲେ I ପୁଣି କିଛି ସମୟପରେ ଅରୂପ ଗୀତାଞ୍ଜଳିଙ୍କୁ ଫୋନ କରି କହିଥିଲେ,ଭାଇ ଘରକୁ ପଳାଇଛନ୍ତି ତାଙ୍କୁ ଆଉଥରେ ପଠାଓ I ତେବେ ପରଦିନ ସକାଳ ଯାଏଁ ପ୍ରକାଶ ଘରକୁ ନଫେରିବାରୁ ପରିବାର ଲୋକେ କସର୍ଦା ଫାଣ୍ଡିରେ ଅଭିଯୋଗ କରିଥିଲେ I ତେବେ ଫାଣ୍ଡି ପୋଲିସ ଏନେଇ କୌଣସି ପଦକ୍ଷେପ ନେଇ ନଥିଲେ I ଏହାପରେ ପୁଣି ଗୀତାଞ୍ଜଳି ନିଆଳି ଥାନାରେ ଏତଲା ଦେଇଥିଲେ I ତେବେ ଆଜି ପ୍ରକାଶଙ୍କ ଘର ଆଗରେ ଥିବା ଏକ ଯୋରରୁ ଦୁର୍ଗନ୍ଧ ଆସୁଥିଲା I ପାଖକୁ ଯାଇ ଦେଖିବାରୁ ପାଣି ଭିତରେ ଏକ ଅଖା ବନ୍ଧା ଅବସ୍ଥାରେ ପଡିଥିଲା I ଏହାକୁ ଆଣି ଖୋଲିବାରୁ ପ୍ରକାଶଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଥିଲା I ପ୍ରକାଶଙ୍କ ମୃତ ଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ଇ ପ୍ରକାଶଙ୍କ ଘର ଲୋକେ ଅରୂପକୁ ହତ୍ୟାକାରୀ ବୋଲି କହୁଥିବାବେଳେ ଘଟଣାସ୍ଥଳରେ ନିଆଳି ଥାନା ପୋଲିସ ପହଁଚି ୨ ଜଣଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଚଳାଇଛି I




