ପୋଖରୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ନିକଟ ପାର୍କ ପରିସର ଏକ ପୋଖରୀରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦମକଳ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି। ବିଜୁ ପଟ୍ଟନାୟକ ପାର୍କ ମଧ୍ୟରେ ଥିବା ପୋଖରୀରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଦୁଇ ଭାଇ। ସେମାନେ ହେଉଛନ୍ତି ବଡ଼ବଜାର ଅଞ୍ଚଳର କେ. ରାଙ୍ଗା ଆଚାରି (୬୦) ଓ କେ. ଜନାର୍ଦ୍ଦନ ଆଚାରି।ଖବର ପାଇ ଘଟଣା ସ୍ଥଳରେ ପୁଲିସ […]
ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ନିକଟ ପାର୍କ ପରିସର ଏକ ପୋଖରୀରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦମକଳ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି। ବିଜୁ ପଟ୍ଟନାୟକ ପାର୍କ ମଧ୍ୟରେ ଥିବା ପୋଖରୀରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଦୁଇ ଭାଇ। ସେମାନେ ହେଉଛନ୍ତି ବଡ଼ବଜାର ଅଞ୍ଚଳର କେ. ରାଙ୍ଗା ଆଚାରି (୬୦) ଓ କେ. ଜନାର୍ଦ୍ଦନ ଆଚାରି।ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଦୁଇ ବ୍ୟକ୍ତି ପାର୍କ ମଧ୍ୟକୁ କେତେବେଳେ ଆସିଲେ ଓ କେଉଁ ଭଳି ସ୍ଥିତିରେ ବୁଡ଼ିଗଲେ, ତାହା ଜଣାପଡ଼ିନାହିଁ।




