ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ,ଯୁବକ ଗୁରୁତର

ବାଲେଶ୍ୱର : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାର ଭର୍ତି । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ବାଲିଆରେ ଘଟିଛି ଏହି ଘଟଣା । ଆହତ ଯୁବକ ଜଣକ ହେଲେ ଶୋଭାରାମପୁର ଅଞ୍ଚଳର ମନୋରଞ୍ଜନ ବିନ୍ଧାଣି । ଆଜି ସକାଳେ ସେ ଜିମରୁ ଫେରୁଥିବାବେଳେ ଏହି ଗୁଳିକାଣ୍ଡ ହୋଇଥିଲା । ଦୁଇ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ। ଜମି କାରବାରକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଜଣା […]

Samaya Live Picture
Published On

ବାଲେଶ୍ୱର : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାର ଭର୍ତି । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ବାଲିଆରେ ଘଟିଛି ଏହି ଘଟଣା । ଆହତ ଯୁବକ ଜଣକ ହେଲେ ଶୋଭାରାମପୁର ଅଞ୍ଚଳର ମନୋରଞ୍ଜନ ବିନ୍ଧାଣି । ଆଜି ସକାଳେ ସେ ଜିମରୁ ଫେରୁଥିବାବେଳେ ଏହି ଗୁଳିକାଣ୍ଡ ହୋଇଥିଲା । ଦୁଇ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ। ଜମି କାରବାରକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ମନୋରଞ୍ଜନ ବିନ୍ଧାଣି,ବାଲେଶ୍ୱରର କୁଖ୍ୟାତ ଅପରାଧୀ ପାପା ପଣ୍ଡାଙ୍କ ସହଯୋଗୀ ଥିଲେ । ଉଭୟେ ଜମି କାରବାର କରୁଥିବାବେଳେ କିଛିଦିନ ପୂର୍ବରୁ ମନୋରଞ୍ଜନ ପାପାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ତେଣୁ ଏହି ଘଟଣାକୁ ନେଇ ଗୁଳିକାଣ୍ଡ ଘଟିଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଘଟଣା ସ୍ଥଳରେ ସହଦେବ ଖୁଣ୍ଟା ପୁଲିସ ତଦନ୍ତ କରୁଛି।

Tags: