ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ,ଅନ୍ୟତମ ମୁଖ୍ୟସାକ୍ଷୀ ଥାନା ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ

ଝାରସୁଗୁଡା : ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଘଟଣାର ଅନ୍ୟତମ ମୁଖ୍ୟସାକ୍ଷୀ ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ । ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ହେବ ଶୁଣାଣି । ଗତ ମାର୍ଚ୍ଚ ମାସରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣା ଦିନ ପୋଲିସର ବନ୍ଧୁକ ଛଡ଼ାଇଥିବା ବିଜେଡି କର୍ମୀ ସରୋଜ ସା’ ଦେଇଥିବା ବୟାନ ଚର୍ଚ୍ଚାକୁ ଆସିଥିଲା । ସୂଚନାନୁସାରେ,୨୦୨୩ ଜାନୁଆରି […]

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ,ଅନ୍ୟତମ ମୁଖ୍ୟସାକ୍ଷୀ ଥାନା ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ
Samaya Live Picture
Published On

ଝାରସୁଗୁଡା : ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଘଟଣାର ଅନ୍ୟତମ ମୁଖ୍ୟସାକ୍ଷୀ ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ । ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ହେବ ଶୁଣାଣି । ଗତ ମାର୍ଚ୍ଚ ମାସରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣା ଦିନ ପୋଲିସର ବନ୍ଧୁକ ଛଡ଼ାଇଥିବା ବିଜେଡି କର୍ମୀ ସରୋଜ ସା’ ଦେଇଥିବା ବୟାନ ଚର୍ଚ୍ଚାକୁ ଆସିଥିଲା ।

ସୂଚନାନୁସାରେ,୨୦୨୩ ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ଏକ ରାଜନୈତିକ ପ୍ରୋଗ୍ରାମରେ ଯୋଗଦେବାକୁ ଯାଇଥିବାବେଳେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା I ଏହି ସମୟରେ ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବା ଦୃଶ୍ୟ ଭିଡିଓରେ ଉତ୍ତୋଳିତ ହୋଇଥିଲା । ତେବେ ସେହି ସମୟରେ କିଛି ବ୍ୟକ୍ତିଙ୍କ ମୋବାଇଲରେ ଆଉ ଏକ ଦୃଶ୍ୟ ମଧ୍ଯ କଏଦ୍ ହୋଇଥିଲା ।

ତତ୍କାଳୀନ ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ଓ ଅନ୍ୟ ପୁଲିସ କର୍ମଚାରୀ ଗୋପାଳର କଲର ଧରି ତାକୁ କାବୁ କରିଥିଲେ । ସେହି ଭିଡ଼ ଭିତରୁ ଜଣେ ଯୁବକ ଆଉ ଏକ ବନ୍ଧୁକ ଧରି ବାହାରିବା ସହ ତାକୁ ପ୍ରଦର୍ଶନ କରି ବୁଲୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସେହି ବନ୍ଧୁକ ସଂପର୍କରେ ପୁଲିସ ନିଜ ତଦନ୍ତ ରିପୋର୍ଟରେ କୌଣସି ତଥ୍ୟ ପ୍ରକାଶ କରି ନଥିଲା । କିନ୍ତୁ ପରେ ବିଜେଡି କର୍ମୀ ସରୋଜ ସା’ ନିଜେ ତତ୍କାଳୀନ ଆଇଆଇସି ଶ୍ରୀ ସ୍ବାଇଁ କାଳେ ଗୁଳିମାଡ଼ କରିବେ ସେହି ଆଶଙ୍କାରେ ତାଙ୍କ ବନ୍ଧୁକ ଛଡ଼ାଇ ନେଇଥିଲେ ବୋଲି ଗଣମାଧ୍ୟମକୁ କହିଥିଲେ । ଏମିତି ବନ୍ଧୁକ ଛଡ଼ାଯିବା ଘଟଣାରେ ଶ୍ରୀ ସ୍ବାଇଁଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ବି ହୋଇନଥିଲା।

ଦ୍ବିତୀୟରେ ଗୁଳିକାଣ୍ଡ ପରେ ଗୋପାଳ ଦାସକୁ ୨ ଜଣ କନେଷ୍ଟବଳ କାବୁ କରିଥିବା ଦୃଶ୍ୟ ଭିଡିଓରେ ଦେଖା ଯାଉଥିବାବେଳେ କିଭଳି ଗୋପାଳର ଗୁଳିରେ ଆଇଆଇସିଙ୍କ ଆଙ୍ଗୁଠି ଖଣ୍ଡିଆ ହେଲା ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଯାଇଛି। ତୃତୀୟରେ ନବ ଦାସ ହତ୍ୟା ମାମଲାରେ ଏସ୍ଏଫ୍ଏସ୍ଏଲ୍ ରିପୋର୍ଟ ସାମନାକୁ ଆସିବା ପରେ ଦ୍ବିତୀୟ କାର୍ ରେ ମଧ୍ଯ ହୋଇଥିବା ଗୁଳିମାଡ଼ ଘଟଣା ଲୋକଲୋଚନକୁ ଆସିଥିଲା।ଦ୍ଵିତୀୟ ଗାଡ଼ିଟି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ଧଳା ରଙ୍ଗର ଇନୋଭା କାର ଥିଲା। କିନ୍ତୁ ତତ୍କାଳୀନ ବ୍ରଜରାଜନଗର ଥାନାଧିକାରୀ ଶ୍ରୀ ସ୍ବାଇଁ ସାଦାକାଗଜରେ ଦେଇଥିବା ଏଫ୍ଆଇଆରରେ ଏ ସଂକ୍ରାନ୍ତରେ କୌଣସି ସୂଚନା ପ୍ରଦାନ କରିନଥିଲେ।ଦ୍ଵିତୀୟ ଗାଡ଼ିରେ ଗୁଳି ଦ୍ଵାରା ୫ଟି କଣା ହୋଇଥିବା ଦେଖିବାକୁ ପାଇଥିଲେ। କିନ୍ତୁ ଘଟଣାସ୍ଥଳରୁ କୌଣସି ଗୁଳି ଓ ଖୋକା ମିଳିନାହିଁ। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ରିପୋର୍ଟରେ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ଚତୁର୍ଥରେ କୌଣସି ମାମଲାରେ ଅଭିଯୋଗକାରୀ ନ ଥିଲେ ବା ଏତଲା ଦେବା ଅବସ୍ଥାରେ ନଥିଲେ ପୁଲିସ ନିଜ ଆଡ଼ୁ ସାଦାକାଗଜରେ ଏଫ୍ଆଇଆର୍ କରିଥାଏ। ମାତ୍ର ଏହି ଘଟଣାରେ ନବ ଦାସଙ୍କ ପରିବାର ଲୋକ, ତାଙ୍କ ସହକର୍ମୀ ଉପସ୍ଥିତ ଥାଇ ମଧ୍ୟ ତତ୍କାଳୀନ ଆଇଆଇସି ଶ୍ରୀ ସ୍ବାଇଁ କାହିଁକି ନିଜ ଆଡ଼ୁ ସାଦାକାଗଜରେ ଏଫ୍ଆଇଆର୍ କରିଥିଲେ ଓ ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କଠାରୁ ବି ଏତଲା ନିଆଯାଇନଥିଲା ତାହାର ଉତ୍ତର ବି ଆଜିଯାଏଁ ରହସ୍ୟମୟ ହୋଇରହିଛି।

Tags: