ପୁଅର କାଠ ଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ

ବ୍ରହ୍ମପୁର : ବୀଭତ୍ସ କାଣ୍ଡ। ପୁଅର କଥା ଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ । ଏଭଳି ଜଘନ୍ୟ କାଣ୍ଡ ଘଟିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁମାରପୁର ଗାଁରେ । ଶୁକ୍ରବାର ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ଉଭୟଙ୍କ ମଧରେ ପାଟିତୁଣ୍ଡ ହୋଇଥିଲା। ବାପା ରମେଶ ଶୋଇଥିବା ବେଳେ ପୁଅ ଦାମ ପ୍ରଧାନ (୩୧ ବର୍ଷ)ଏକ ଠେଙ୍ଗାରେ ବାରମ୍ବାର ଆକ୍ରମଣ କରିଥିଲା। ଫଳରେ ରମେଶଙ୍କ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ସାମାନ୍ୟ କାରଣ ନେଇ […]

Samaya Live Picture
Published On

ବ୍ରହ୍ମପୁର : ବୀଭତ୍ସ କାଣ୍ଡ। ପୁଅର କଥା ଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ । ଏଭଳି ଜଘନ୍ୟ କାଣ୍ଡ ଘଟିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁମାରପୁର ଗାଁରେ । ଶୁକ୍ରବାର ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ଉଭୟଙ୍କ ମଧରେ ପାଟିତୁଣ୍ଡ ହୋଇଥିଲା। ବାପା ରମେଶ ଶୋଇଥିବା ବେଳେ ପୁଅ ଦାମ ପ୍ରଧାନ (୩୧ ବର୍ଷ)ଏକ ଠେଙ୍ଗାରେ ବାରମ୍ବାର ଆକ୍ରମଣ କରିଥିଲା। ଫଳରେ ରମେଶଙ୍କ ମୃତ୍ୟୁ ହୋଇଛି l

ସୂଚନା ଅନୁସାରେ ସାମାନ୍ୟ କାରଣ ନେଇ ଉଭୟ ବାପ ପୁଅ ଭିତରେ ବଚସା ହୋଇଥିଲା। ଏହାପରେ ବାପା ଶୋଇବାକୁ ଯାଇଥିଲେ I ଏହି ସମୟରେ ପୁଅ ଏକ କାଠଫାଳିଆ ଧରି ବାପାଙ୍କ ମୁଣ୍ଡକୁ ପିଟି ଦେଇଥିଲା I ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଅଭିଯୁକ୍ତ ପୁଅ ଦାମକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Tags: