ପିହୁ ଅପହରଣ: ଦେବଗଡ଼ରୁ ଯାଇ ସୁନ୍ଦରଗଡ଼ରୁ ଉଦ୍ଧାର

ଦେବଗଡ଼ : ଉଦ୍ଧାର ପାଇଲା ଆଉଜଣେ ପିହୁ I ଦେବଗଡ଼ରୁ ଅପହରଣ ପରେ ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି ୬ ବର୍ଷର କୁନି ଝିଅ ପିହୁ। ପିହୁକୁ ଆଜି ସକାଳେ ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି । ପିହୁ ରାସ୍ତା କଡରେ ଛିଡ଼ାହୋଇ କାନ୍ଦୁଥିବାର ଦେଖି କୁନି ଝିଅକୁ ମୋବାଇଲ୍ ନମ୍ବର ମାଗି ପରିବାର ସହ ସ୍ଥାନୀୟ ଲୋକ ଯୋଗାଯୋଗ କରିଛନ୍ତି । ଖବର ପାଇ ଶିଶୁକନ୍ୟାକୁ ଆଣିବାକୁ ସୁନ୍ଦରଗଡ଼ ଗଲେ ପରିବାର […]

Samaya Live Picture
Published On

ଦେବଗଡ଼ : ଉଦ୍ଧାର ପାଇଲା ଆଉଜଣେ ପିହୁ I ଦେବଗଡ଼ରୁ ଅପହରଣ ପରେ ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି ୬ ବର୍ଷର କୁନି ଝିଅ ପିହୁ। ପିହୁକୁ ଆଜି ସକାଳେ ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି । ପିହୁ ରାସ୍ତା କଡରେ ଛିଡ଼ାହୋଇ କାନ୍ଦୁଥିବାର ଦେଖି କୁନି ଝିଅକୁ ମୋବାଇଲ୍ ନମ୍ବର ମାଗି ପରିବାର ସହ ସ୍ଥାନୀୟ ଲୋକ ଯୋଗାଯୋଗ କରିଛନ୍ତି । ଖବର ପାଇ ଶିଶୁକନ୍ୟାକୁ ଆଣିବାକୁ ସୁନ୍ଦରଗଡ଼ ଗଲେ ପରିବାର ଲୋକେ। ତେବେ କାହିଁକି ଅପହରଣକାରୀ ଶିଶୁ କନ୍ୟାକୁ ରାସ୍ତାକଡ଼ରେ ଛାଡ଼ିଲେ ଓ ଅପହରଣର କାରଣ କଣ ଥିଲା ତାହା ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାବେଳେ ଦେବଗଡ଼ ସହର ଡେଲିମାର୍କେଟ୍‌ ଛକରେ ଟିଉସନ ସାରି ଘରକୁ ଫେରିବା ବେଳେ ଘର ସମ୍ମୁଖରୁ ଜେଜେମାଙ୍କୁ ଧକ୍କା ଦେଇ ନାତୁଣୀଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ଅପହୃତା ଜଣକ ସହରର ଜଣାଶୁଣା କପଡା ବ୍ୟବସାୟୀ ଭାଇ ଭାଇ ଲୁଗା ଦୋକାନ ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷର ଝିଅ ପିହୁ ଅଗ୍ରୱାଲ। ଏନେଇ ପରିବାରଲୋକେ ଦେବଗଡ଼ ଥାନାରେ ଅଭିଯୋଗ କରିବା ପରେ ତନାଘନା ତଦନ୍ତ ଆରମ୍ଭ କରିଥିଲା ଆଦର୍ଶ ଥାନା ପୋଲିସ। ତେବେ କେଉଁ କାରଣକୁ ନେଇ ଝିଅଟିକୁ ଦୁର୍ବୃତ୍ତମାନେ ଅପହରଣ କଲେ ତାର କାରଣ ଅସ୍ପଷ୍ଟ ରହିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତନାଘନା ଚଳାଇଛି ।

Tags: