ପାରିବାରିକ କଳହରୁ ଭାଇର ଆକ୍ରମଣରେ ଭାଇର ମୃତ୍ୟୁ
କଳାହାଣ୍ଡି :ପାରିବାରିକ କଳହରୁ ଭାଇକୁ ମାରିଲା ଭାଇ । ଭବାନୀପାଟଣା ବାହାଦୁର ବଗିଚାପଡ଼ାରେ ଘଟିଛି ଏଭଳି ଅଘଟଣ। ମହେନ୍ଦ୍ର ବାଗ ନିଜ ଭାଇ ଗଣେଶ ବାଗଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ଭିତରେ ସାମାନ୍ୟ ବଚସା ହେବାରୁ ଭାଇ ଗଣେଶଙ୍କ ଛାତିକୁ ଏକ ପେଚକସରେ ଆକ୍ରମଣ କରିଥିଲେ ମହେନ୍ଦ୍ର ବାଗ୍ । ପରିବାର ଲୋକ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ […]
କଳାହାଣ୍ଡି :ପାରିବାରିକ କଳହରୁ ଭାଇକୁ ମାରିଲା ଭାଇ । ଭବାନୀପାଟଣା ବାହାଦୁର ବଗିଚାପଡ଼ାରେ ଘଟିଛି ଏଭଳି ଅଘଟଣ। ମହେନ୍ଦ୍ର ବାଗ ନିଜ ଭାଇ ଗଣେଶ ବାଗଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ଭିତରେ ସାମାନ୍ୟ ବଚସା ହେବାରୁ ଭାଇ ଗଣେଶଙ୍କ ଛାତିକୁ ଏକ ପେଚକସରେ ଆକ୍ରମଣ କରିଥିଲେ ମହେନ୍ଦ୍ର ବାଗ୍ । ପରିବାର ଲୋକ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମହେନ୍ଦ୍ର ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।




