ପରୀ ହତ୍ୟା ମାମଲା,ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ
ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣା । ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ । ନୟାଗଡ଼ ଚିଲ୍ଡ୍ରେନ୍ କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି । ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ଦେବେ ନାବାଳକ ହତ୍ୟାକାରୀ । ସେଥିପାଇଁ ଆଜି ନାବାଳକଙ୍କୁ ରାଉରକେଲା ବାଳ ସ୍ଵଧାର ଗୃହରୁ ନୟାଗଡ଼ ଚିଲଡ୍ରେନ କୋର୍ଟକୁ ଅଣାଯାଇଥିଲା I ଗତ ଜାନୁୟାରୀ ୩୦ ତାରିଖରେ ଶୁଣାଣି ଶେଷ ହେବ ପରେ ରାୟ […]
ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣା । ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ । ନୟାଗଡ଼ ଚିଲ୍ଡ୍ରେନ୍ କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି । ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ଦେବେ ନାବାଳକ ହତ୍ୟାକାରୀ । ସେଥିପାଇଁ ଆଜି ନାବାଳକଙ୍କୁ ରାଉରକେଲା ବାଳ ସ୍ଵଧାର ଗୃହରୁ ନୟାଗଡ଼ ଚିଲଡ୍ରେନ କୋର୍ଟକୁ ଅଣାଯାଇଥିଲା I ଗତ ଜାନୁୟାରୀ ୩୦ ତାରିଖରେ ଶୁଣାଣି ଶେଷ ହେବ ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ I ତେବେ ଆଜି କୋର୍ଟଙ୍କ ରାୟ ଆସିବା ପରେ ସରକାରୀ ଓକିଲ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୋଷୀ ସାବାଳକ ହୋଇଥିଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା ।
ଅଭିଯୁକ୍ତକୁ ସେକ୍ସନ ୬ ପୋକ୍ସ କେସରେ ୨୦ ବର୍ଷ,୩୭୬ ଏ ଏବଂ ବି ରେ ୨୦ ବର୍ଷ,୩୦୨ ହତ୍ୟା ଅଭିଯୋଗରେ ୨୦ ବର୍ଷ,୩୬୩ ଅପହରଣ ଅଭିଯୋଗରେ ୩ ବର୍ଷ ଏବଂ ଦଫା ୨୦୧ ରେ ୩ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ I ତେବେ ଏହି ଦଣ୍ଡାଦେଶକୁ ନେଇ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି ଅଭିଯୁକ୍ତଙ୍କ ଓକିଲ କହିଛନ୍ତି I
ଘଟଣାନୁସାରେ,୨୦୨୦ ମସିହା ଜୁଲାଇ ୧୪ରେ ଘର ଅଗଣାରୁ ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା । ଅନେକ ଖୋଜାଖୋଜି ପରେ ମଧ୍ୟ ପରୀ ମିଳି ନଥିଲା I ନିଖୋଜ ହେବାର ୧୦ ଦିନ ପରେ ଘର ନିକଟସ୍ଥ ପୋଖରୀରୁ ଏକ ବସ୍ତା ଭିତରୁ ପରୀର ଦେହାବଶେଷ ଉଦ୍ଧାର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା । କିନ୍ତୁ ସେହି ସମୟରେ ପରୀ ନିଖୋଜରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀଙ୍କ ହାତ ଥିବାରୁ ପୁଲିସ୍ ମାମଲା ରୁଜୁ କରୁନଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା । ବିଭିନ୍ନ ଦିଗକୁ ତର୍ଜମା କରିବା ସହ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିବା ପରେ ଅଭିଯୁକ୍ତଙ୍କୁ ଠାବ କରିବାରେ ସଫଳ ହୋଇଥିଲା କ୍ରାଇମବ୍ରାଞ୍ଚ । ୩୧ ଜଣ ସାକ୍ଷୀ ଓ ୧୩୫ଟି ଦସ୍ତାବିଜ ଏବଂ ୧୮ଟି ପ୍ରମାଣକୁ ଭିତ୍ତିକରି ହତ୍ୟା ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ ସହିତ ୨ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ ।




