ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ
ଗୁଣପୁର : ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ I ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେବା ପରେ ଦଣ୍ଡବିଧାନ ଶୁଣାଇଛନ୍ତି କୋର୍ଟ । ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡାଦେଶ ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଯାଇଛି । ଜୋରିମାନା ଅନାଦେୟ ତାଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ହେବାକୁ ନିର୍ଦେଶ ଦିଆଯାଇଛି Iସେହିପରି ପ୍ରମାଣ […]
ଗୁଣପୁର : ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ I ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେବା ପରେ ଦଣ୍ଡବିଧାନ ଶୁଣାଇଛନ୍ତି କୋର୍ଟ । ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡାଦେଶ ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଯାଇଛି । ଜୋରିମାନା ଅନାଦେୟ ତାଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ହେବାକୁ ନିର୍ଦେଶ ଦିଆଯାଇଛି Iସେହିପରି ପ୍ରମାଣ ନଷ୍ଟ ପାଇଁ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି କୋର୍ଟ। ଏହି ଜୋରିମାନା ଅର୍ଥ ନଦେଇ ପାରିଲେ ତାଙ୍କୁ ଆଉ ୩ ମାସ ଜେଲ୍ରେ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁସାରେ,୧୯୯୫, ଅଗଷ୍ଟ ୨୯ ତାରିଖରେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିଲା I ପତ୍ନୀ ଶଶୀରେଖା ଗମାଙ୍ଗଙ୍କ ମୃତଦେହ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନର ଶୌଚାଳୟରେ ପଡିଥିବା ନେଇ ରାମମୂର୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପରେ ତଦନ୍ତ ବେଳେ ଜଣାପଡିଥିଲା ଯେ ଶଶୀରେଖାଙ୍କୁ ସ୍ୱାମୀ ରାମମୂର୍ତି ବାଥରୁମ ଭିତରେ ହିଁ ହତ୍ୟା କରିଥିଲେ । ଏହାପରେ ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରିଥିଲେ ରାମମୂର୍ତି । ପତ୍ନୀ ସଶିରେଖା ସେତେବେଳେ ୧୫ରୁ ୧୬ ସପ୍ତାହ ଗର୍ଭବତୀ ଥିଲେ ବୋଲି ଜଣାପଡିଥିଲା । ଭୁବନେଶ୍ୱର ଏମ ଏଲ ଏ କଲୋନିରେ ଥିବା ସରକାରୀ ବାସଭଵନରେ ସକାଳ ୯ଟାରେ ହୋଇଥିଲା ଏହି ନିର୍ମମ ହତ୍ୟାକାଣ୍ଡ। ତେବେ ଏହି ଘଟଣା ଘଟିବାର ୨୮ ବର୍ଷ ପରେ ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ I




