ନୂଆବର୍ଷ ପୂର୍ବରୁ ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀ ରଘୁଙ୍କୁ ଏନକାଉଣ୍ଟର

ଭୁବନେଶ୍ୱର : ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର I ମଞ୍ଚେଶ୍ୱର ଥାନା ବରିମୁଣ୍ଡ ପଡିଆ ପାଖରେ ରଗହଉ ଉପରକୁ ଗୁଳି କରିଛି କମିଶନରେଟ ପୋଲିସ I ରଘୁର ବାମ ପଟ ଗୋଡ଼ରେ ଗୁଳି ବାଜିଛି I ଆହତ ଅବସ୍ଥାରେ ରଘୁକୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି I ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି I ରଘୁଙ୍କ ନାମରେ ୧୫ ଥାନାରେ ଅନେକ ଡକାୟତି ସହ ରାହାଜାନୀ ମାମଲା ରହିଛି। ପୋଲିସ ତାଙ୍କ ନିକଟରୁ […]

Samaya Live Picture
Published On

ଭୁବନେଶ୍ୱର : ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର I ମଞ୍ଚେଶ୍ୱର ଥାନା ବରିମୁଣ୍ଡ ପଡିଆ ପାଖରେ ରଗହଉ ଉପରକୁ ଗୁଳି କରିଛି କମିଶନରେଟ ପୋଲିସ I ରଘୁର ବାମ ପଟ ଗୋଡ଼ରେ ଗୁଳି ବାଜିଛି I ଆହତ ଅବସ୍ଥାରେ ରଘୁକୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି I ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି I

ରଘୁଙ୍କ ନାମରେ ୧୫ ଥାନାରେ ଅନେକ ଡକାୟତି ସହ ରାହାଜାନୀ ମାମଲା ରହିଛି। ପୋଲିସ ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଛି। ତେବେ ରଘୁ କୁଖ୍ୟାତ ଅପରାଧୀ ରବି ରାଓ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଦେଇଥିବା ସୂଚନାନୁଯାୟୀ, ଆଜି ଭୋର ସମୟରେ ମଞ୍ଚେଶ୍ୱର ଅଂଚଳରେ ରଘୁ ଥିବା ସୂଚନା ପାଇଥିଲା କମିଶରେଟ ପୋଲିସ I ବାଲିଯାତ୍ରା ପଡ଼ିଆ ରାସ୍ତା ଦେଇ ଲୋକେ ଯିବା ବାଟରେ ୨ ଯୁବକ ସେମାନଙ୍କୁ ଅଟକାଉଥିବା ପୋଲିସକୁ ଖବର ମିଳିଥିଲା। ପରେ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ସ୍ବତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ କରାଯାଉଥିବା ବେଳେ ରଘୁ ଏବଂ ତାଙ୍କର ସହଯୋଗୀ ପୁନିଆ ନାୟକ ବୁଲୁଥିବାର ନଜର ଆସିଥିଲେ। ପୋଲିସ ସେମାନଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ଗୁଳିମାଡ଼ କରି ବାଇକରେ ଫେରାର ହେବାକୁ ଚେଷ୍ଟା କରୁଥିଲେ। ପରବର୍ତ୍ତୀ ସମୟରେ ପୋଲିସର ପାଲଟା ଗୁଳିମାଡ଼ରେ ରଘୁ ଆହତ ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅପରପକ୍ଷେ ଅଭିଯୁକ୍ତ ପୁନିଆ ସେଠାରୁ ଫେରାର ହୋଇଯାଇଛନ୍ତି। ଏବେ ତାଙ୍କ ସହ ରଘୁଙ୍କ ଅନ୍ୟ ସହଯୋଗୀଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।

Tags: